ଓଡିଶା

odisha

ETV Bharat / bharat

78 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗୁଜୁରାଟର ଜଣେ 78 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona death
78 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

By

Published : Apr 3, 2020, 11:42 AM IST

ଗାନ୍ଧୀନଗର: ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗୁଜୁରାଟର ଜଣେ 78 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ମୃତ କୋରୋନା ଆକ୍ରାନ୍ତ ଗୁଜୁରାଟର ଗୋଧ୍ରା ଜିଲ୍ଲାର ପଞ୍ଚମହଲ ଅଞ୍ଚଳର ନିବାସୀ ଥିଲେ । ତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିବା ପରେ ସେ ଭଦୋଦରାର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ 2301 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 53 ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details