ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆଇଜିଆଇ ଏୟୋରପୋର୍ଟରୁ 2051 ଗ୍ରାମର ସୁନା ଜବତ ହୋଇଛି । ଘଟଣାରେ 2 ଅଭିଯୁକ୍ତ ଗିରଫ ହୋଇଛନ୍ତି । ଟର୍ମିନାଲ-3ରେ କଷ୍ଟମ ବିଭାଗ ଦୁବାଇରୁ ଦିଲ୍ଲୀ ଆସୁଥିବା 2 ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ 2ଟି ଫୋନ ସହ ଏହି ସୁନାକୁ ଜବତ କରିଥିଲା ।
ଦିଲ୍ଲୀ ବିମାନ ବନ୍ଦରରୁ 78 ଲକ୍ଷର ସୁନା ଜବତ, 2 ଗିରଫ
ଦିଲ୍ଲୀର ଆଇଜିଆଇ ଏୟୋରପୋର୍ଟରେ ଦୁବାଇରୁ ଆସୁଥିବା 2 ଯାତ୍ରୀଙ୍କ ଠାରୁ 2 ହଜାର 51 ଗ୍ରାମର ସୁନା ଜବତ କରାଯାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...
କଷ୍ଟମ ବିଭାଗର ଜଏଣ୍ଟ କମିଶନର ନିରଞ୍ଜନ ସିସି କହିଛନ୍ତି ଯେ, ଦୁବାଇରୁ ଆସୁଥିବା ଏହି 2 ଯାତ୍ରୀଙ୍କ ଦ୍ବାରା ଗ୍ରୀନ ଚ୍ୟାନେଲ କ୍ରସ କରିବା ପରେ ବିଭାଗ ଅଧିକାରୀଙ୍କୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ସେମାନଙ୍କର ବ୍ୟାଗ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଉଭୟଙ୍କ ନିକଟରୁ 2ଟି ଆଇଫୋନ, 11 ମ୍ୟାକ୍ସ ପ୍ରୋ ଓ ସୁନା ପେଷ୍ଟର 4 ଟି ପ୍ୟାକେଟ ମିଳିଥିଲା । ଯାହାର ଓଜନ 3 ହଜାର 559 ଗ୍ରାମ ଥିଲା । ଏହାପରେ କଷ୍ଟମ ବିଭାଗ ଏହାକୁ ଜଳାଇ 2 ହଜାର 51 ଗ୍ରାମ କରିଥିଲା ।
ତେବେ ଜବତ ସୁନାର ଆନୂମାନିକ ମୂଲ୍ୟ 78 ଲକ୍ଷ 11 ହଜାର ଟଙ୍କା ବୋଲି ଜଣାପଡିଛି । 2ଟି ଆଇଫୋନର ମୂଲ୍ୟ 2 ଲକ୍ଷ 27 ହଜାର ରହିଛି । କଷ୍ଟମ ବିଭାଗ ଯାତ୍ରୀଙ୍କୁ କଷ୍ଟମ ଆକ୍ଟ 104 ଅନୂଯାୟୀ ଗିରଫ କରିଛି । ସୁନା ଓ ମୋବାଇଲକୁ ସେକ୍ସନ 110 ଅନୂଯାୟୀ ଜବତ କରାଯାଇଛି ।