ଓଡିଶା

odisha

ETV Bharat / bharat

ତିରୁପତିରେ 743 କର୍ମଚାରୀ କୋରୋନା ଆକ୍ରାନ୍ତ, 3 ମୃତ - ttd

ସାଧାରଣ ଦର୍ଶନ ନେଇ ଶ୍ରଦ୍ଧାଳୁଙ୍କ ପାଇଁ ଜୁନ 11ରେ ତିରୁପତି ମନ୍ଦିର ଖୋଲାଯାଇଥିଲା । ସେବେଠାରୁ ବର୍ତ୍ତମାନ ସୁଦ୍ଧା 743 କର୍ମଚାରୀ କୋରୋନା ଆକ୍ରାନ୍ତରେ ଆକ୍ରାନ୍ତ ହେଇଛନ୍ତି । ଅଧିକ ପଢନ୍ତୁ...

ବର୍ତ୍ତମାନ ସୁଦ୍ଧା ତିରୁପତିରେ 743 କର୍ମଚାରୀ କୋରୋନା ଆକ୍ରାନ୍ତ, 3 ମୃତ
ବର୍ତ୍ତମାନ ସୁଦ୍ଧା ତିରୁପତିରେ 743 କର୍ମଚାରୀ କୋରୋନା ଆକ୍ରାନ୍ତ, 3 ମୃତ

By

Published : Aug 10, 2020, 4:46 PM IST

ଅମରାବତୀ: ତିରୁପତି ମନ୍ଦିରରେ ବହୁ ସଂଖ୍ୟକ କର୍ମଚାରୀ କୋରୋନା ପଜିଟିଭ ଥିବା ଜଣାପଡିଛି। ତେବେ ଲକଡାଉନ ପରଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ତିରୁପତି ମନ୍ଦିର ଖୋଲାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିରୁମାଲା ତିରୁପତି ଦେବସ୍ଥାନର 743 କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀ ଅନିଲ କୁମାର ସିଂ କହିଛନ୍ତି ଯେ, ଜୁନ 11ରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ସେବେଠାରୁ 743 ଜଣ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ 402 ଜଣ ସୁସ୍ଥ ହୋଇ କାମକୁ ଫେରିଛନ୍ତି । ଏମାନଙ୍କ ବ୍ୟତୀତ 338 ଜଣ ଚିକିତ୍ସାଧୀନ ଅଛନ୍ତି । ଏହି କର୍ମଚାରୀ ଟିଟିଡିର 3ଟି ଭିନ୍ନ ବିଶ୍ରାମ ଗୃହରେ ଅଛନ୍ତି । ଏହିପରି କର୍ମଚାରୀଙ୍କ ଚିକିତ୍ସା ପାଇଁ ଶ୍ରୀନିବାସମ, ବିଷ୍ଣୁନିଭାସମ ଏବଂ ମାଧବମ ବିଶ୍ରାମ ଗୃହକୁ କୋଭିଡ କେନ୍ଦ୍ର କରାଯାଇଛି ।

ଅନିଲ କୁମାର କହିଛନ୍ତି ଯେ, କୋରୋନା ସଂକ୍ରମଣ ହେତୁ କେବଳ 3 ଜଣଙ୍କର ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ, ଆମେ ଆମର କର୍ମଚାରୀଙ୍କୁ ଉନ୍ନତ ସୁବିଧା ଏବଂ ଚିକିତ୍ସା ଯୋଗାଇବାକୁ ଚେଷ୍ଟା କରୁଛୁ।

ସେ ଆହୁରି କହିଛନ୍ତି ଯେ ପ୍ରଥମେ ଟିଟିଡି ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ କିନ୍ତୁ ତିରୁପତିରେ କୋରୋନା ମାମଲା ବୃଦ୍ଧି ପାଇବା ମାତ୍ରେ ସୋସିଆଲ ମିଡିଆ ସମେତ ଅନେକ ଲୋକ ଅଭିଯୋଗ କରିବା ଆରମ୍ଭ କରିଥିଲେ ଯେ ଟଙ୍କା ରୋଜଗାର ପାଇଁ ମନ୍ଦିର ଖୋଲାଯାଇଛି। କିନ୍ତୁ ଏପରି କିଛି ନୁହେଁ । ଶ୍ରଦ୍ଧାଳୁଙ୍କ ଠାରୁ ମିଳିଥିବା ଦାନ ଅଧିକ ସୁବିଧା ପାଇଁ ଖର୍ଚ୍ଚ ହେଉଛି । ବର୍ତ୍ତମାନ ଭକ୍ତମାନେ ମଧ୍ୟ ସେମାନଙ୍କ ବ୍ୟବସ୍ଥାରେ ସନ୍ତୁଷ୍ଟ ଥିବା ଜଣାପଡିଛି।

ଏହା ବାଦ କେବଳ ତିରୁପତିଠାରେ କୋରୋନା ମାମଲା ବୃଦ୍ଧି ପାଇନାହିଁ, ବରଂ ସମଗ୍ର ରାଜ୍ୟ ତଥା ଦେଶ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୁଲାଇରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 2.38 ଲକ୍ଷ ଭକ୍ତ ଭେଙ୍କଟେଶ ଭଗବାନଙ୍କୁ ଦେଖିଛନ୍ତି।

ସେ କହିଛନ୍ତି ଯେ, ଯେତବେଳେ ଦେଶରେ ମାମଲା ବଢିବା ଆରମ୍ଭ ହେବାକୁ ଲାଗିଲା ସେତବେଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲା । ଦେଶରେ ପରିଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଥିଲା, କିନ୍ତୁ ବର୍ତ୍ତମାନ ଏହା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଅଗଷ୍ଟ 8 ରେ, 9 ହଜାର ରେଜିଷ୍ଟର କୋଟା ମଧ୍ୟରୁ ପ୍ରାୟ 8500 ଜଣ ପରିଦର୍ଶନ କରିଛନ୍ତି ।

ABOUT THE AUTHOR

...view details