ମୁମ୍ବାଇ: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏପଟେ କୋରୋନାରେ ମହାରାଷ୍ଟ୍ରବାସୀ ଅଣାୟତ। ମହାରାଷ୍ଟ୍ରର ଔରଙ୍ଗାବାଦରେ ଶୁକ୍ରବାର କୋରୋନା ଆକ୍ରାନ୍ତ 90କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ 72ଟି ରାଜ୍ୟ ରିଜର୍ଭ ପୋଲିସ୍ ଫୋର୍ସ ଯବାନ, ଯିଏ ନାଶିକ୍ ଜିଲ୍ଲାର ମାଲେଗାଓଁ ଭଳି COVID-19 ହଟସ୍ପଟ୍ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହା ସହିତ ଔରଙ୍ଗାବାଦରେ କୋରୋନା ଭାଇରସ୍ ପଜିଟିଭ୍ ମାମଲା ବର୍ତ୍ତମାନ 477ରେ ପହଞ୍ଚିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।
ଔରଙ୍ଗାବାଦରେ କାର୍ଯ୍ୟରତ 72 ରିଜର୍ଭ ପୋଲିସ୍ ଫୋର୍ସ ଯବାନ କୋରୋନା ଆକ୍ରାନ୍ତ
ମହାରାଷ୍ଟ୍ରର ଔରଙ୍ଗାବାଦରେ କୋରୋନା ଆକ୍ରାନ୍ତ 90କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ 72ଟି ରାଜ୍ୟ ରିଜର୍ଭ ପୋଲିସ୍ ଫୋର୍ସ ଯବାନ, ଯିଏ ନାଶିକ୍ ଜିଲ୍ଲାର ମାଲେଗାଓଁ ଭଳି COVID-19 ହଟସ୍ପଟରେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ...
ଔରଙ୍ଗାବାଦରେ କାର୍ଯ୍ୟରତ 72 ରିଜର୍ଭ ପୋଲିସ୍ ଫୋର୍ସ ଯବାନ କୋରୋନା ଆକ୍ରାନ୍ତ
ମାଲେଗାଓଁରେ କାର୍ଯ୍ୟରତ 93 SRPF କର୍ମଚାରୀ ଫେରିବା ପରେ ସେମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ 72 ଜଣ ପଜିଟିଭ୍ ଏବଂ ପାଞ୍ଚଜଣ ଲକ୍ଷଣହୀନ ଥିଲେ । ଏବଂ ସେହି 5 ଜଣଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା SRPF ଅଧିକାରୀ ଶେଖ ଇଲିୟାସ କହିଛନ୍ତି । ବାକି 67 ଜଣ ଯବାନ ସାତାରା ଅଞ୍ଚଳ ଫୋର୍ସ ସେଣ୍ଟର ନିକଟରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଚିକିତ୍ସିତି ହେଉଛନ୍ତି । ବର୍ତ୍ତମାନ ରାଜ୍ୟର COVID-19 ହଟସ୍ପଟ୍ ଅଞ୍ଚଳରେ ଔରଙ୍ଗାବାଦ ୟୁନିଟର ଏକ ହଜାରରୁ ଉର୍ଦ୍ଧ୍ବ SRPF କର୍ମଚାରୀ କାର୍ଯ୍ୟ କରୁଥିବା ଜଣା ପଡ଼ିଛି ।