ନୂଆଦିଲ୍ଲୀ: ପରୀକ୍ଷା ଆୟୋଜନ ସ୍ଥିତିକୁ ନେଇ ମୋଟ 755 ବିଶ୍ବବିଦ୍ୟାଳୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)କୁ ସୂଚନା ଦେଇଛନ୍ତି।ଗତ ଜୁଲାଇ 6ରେ, ୟୁଜିସି ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ଅନ୍ତିମ ପରୀକ୍ଷା ଆୟୋଜନ କରିବା ନିମନ୍ତେ ସଂଶୋଧିକ ଗାଇଡଲାଇନ ଜାରି କରିଥିଲେ ।
ଏହି 755 ୟୁନିଭରସିଟି ମଧ୍ୟରୁ 321 ରାଜ୍ୟ ବିଶ୍ବବିଦ୍ୟାଳୟ, 274 ଘରୋଇ ,120 ଡିମ୍ଡ, 40 କେନ୍ଦ୍ରୀୟ ବିଶବବିଦ୍ୟାଳୟ ରହିଥିବା ୟୁଜିସି କହିଛି । ଏହି ସମସ୍ତ ବିଶ୍ବବିଦ୍ୟାଳୟରୁ 566 ବିଶ୍ବବିଦ୍ୟାଳୟ ପରୀକ୍ଷା ସାରିଥିବା ବେଳେ ଅନ୍ୟ ବିଶ୍ବବିଦ୍ୟାଳୟ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ପରୀକ୍ଷା କରିବା ନେଇ ଯୋଜନା କରୁଛନ୍ତି ।