ଓଡିଶା

odisha

ETV Bharat / bharat

ଗୁଜୁରାଟରେ 70ଟି ଟ୍ରେନ କୋଚ ହେବ ଆଇସୋଲେସନ ୱାର୍ଡ - କୋରୋନା ଭାଇରସ ଲକ୍ଷଣ

ଗୁଜୁରାଟର ଅହମ୍ମଦାବାଦ ରେଳବାଇ ଡିଭିଜନ୍ ଶୁକ୍ରବାର ଦିନ 70 ଟି ରେଳ କୋଚକୁ କୋରୋନା ଭାଇରସ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ପୃଥକ ପୃଥକ ଆଇସୋଲେସନ ୱାର୍ଡରେ ପରିଣତ କରାଯିବ । ଖୁବ ଶୀଘ୍ର କୋଚ ଗୁଡିକୁ ତିଆରି କାର୍ଯ୍ୟ କରିବା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

70-train-coaches-to-serve-as-isolation-wards-in-gujarat-covid-19
ଗୁଜୁରାଟରେ 70ଟି ଟ୍ରେନ କୋଚ ହେବ ଆଇସୋଲେସନ ୱାର୍ଡ

By

Published : Apr 4, 2020, 11:15 AM IST

ଅହମ୍ମଦାବାଦ: ଅହମ୍ମଦାବାଦ ରେଳ ବିଭାଗର ସନ୍ଦିଗ୍ଧ କୋରୋନା ଆକ୍ରାନ୍ତଙ୍କ ପାଇଁ ଟ୍ରେନର 70ଟି କୋଚକୁ ପୃଥକ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି । ପ୍ରଥମେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହିତ କୋଚ୍ ପ୍ରସ୍ତୁତ ହୋଇ ମଣିନାଗର ରେଳ ଡିପୋରେ ପାର୍କିଂ କରାଯାଇଛି | ଦେଶରେ କୋରୋନା ଭାଇରସର ପ୍ରସାର ଦୃଷ୍ଟିରୁ ଅହମ୍ମଦାବାଦକୁ ଏକ ହଟସ୍ପଟ୍ ଭାବରେ ଚିହ୍ନଟ କରାଯାଇଛି |

ପ୍ରତ୍ୟେକ କୋଚରେ ଆଠ ଜଣ ରୋଗୀ ରହିପାରିବେ ବୋଲି ଅହମ୍ମଦାବାଦ ଡିଆରଏମ ଦୀପକ କୁମାର କହିଛନ୍ତି। ଟ୍ରେନର କୋଚ ଗୁଡିକୁ ପରିବର୍ତ୍ତନ କରାଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ କୋଚରେ ଥିବା ଚାରୋଟି ଶୌଚାଳୟ ମଧ୍ୟରୁ ଗୋଟିଏକୁ ବାଥରୁମରେ ପରିଣତ କରାଯାଇଛି | ପ୍ରତ୍ୟେକ କୋଚରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏକ କ୍ୟାବିନ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଯେଉଁମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଡାକ୍ତରଖାନା ନେବାକୁ ପଡ଼ିବ, କିନ୍ତୁ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ଅଛି, ଯେଉଁମାନେ ଅଲଗା ହେବା ଆବଶ୍ୟକ କରନ୍ତି ସେମାନଙ୍କୁ ଏହି କୋଚରେ ରଖାଯିବ। ସେ ଦାବି କରିଛନ୍ତି 5,000 ହଜାର ଟ୍ରେନ କୋଚ ସମଗ୍ର ଦେଶରେ କ୍ୟାଣ୍ଟିନ ସୁବିଧା ସହିତ ଅଲଗା ଅଲଗା ୱାର୍ଡରେ ପରିଣତ କରାଯାଇପାରିବ ।

ABOUT THE AUTHOR

...view details