ଜୟପୁର: ରାଜସ୍ଥାନର ସରକାରଙ୍କ ବଡ ନିଷ୍ପତ୍ତି । ମରୁଭୂମି ସଲଂଗ୍ନ ପାଖାପାଖି ୧୩ଟି ଜିଲ୍ଲା ପାଇଁ ବଡ ଘୋଷଣା । ଏଣିକି ପ୍ରତ୍ୟେକ ଦିନ ଏହି ମରୁ ଜିଲ୍ଲା ଗୁଡିକୁ ଦୈନିକ ମାଗଣାରେ ପ୍ରତି ପରିବାରକୁ 70 ଲିଟର ପାଣି ଯୋଗାଇଦିଆଯିବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର ଏନେଇ ଏକ ପ୍ରସ୍ତାବ ପାସ୍ କରିଛନ୍ତି ।
ପ୍ରତି ପରିବାରକୁ ପ୍ରତିଦିନ ୭୦ ଲିଟର ପାଣି ଯୋଗାଇବେ ରାଜସ୍ଥାନ ସରକାର - Desert Districts
ଗେହଲଟ ସରକାରଙ୍କ ବଡ ଘୋଷଣା, ଏଣିକି ପ୍ରତ୍ୟେକ ଦିନ ପ୍ରତି ପରିବାରକୁ ଏହି ମରୁ ଜିଲ୍ଲାଗୁଡିକୁ ମାଗଣାରେ 70 ଲିଟର ପାଣି ଯୋଗାଇ ଦିଆଯିବ ।
ଡିଜାଇନ ଫଟୋ
ସାର୍ବଜନିକ ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ ବିଭାଗ ପ୍ରତ୍ୟକ ପରିବାରକୁ ପାଣି ଯୋଗାଇବ । ପୂର୍ବରୁ ପ୍ରତି ପରିବାରକୁ ଦିନକୁ ୪୦ ଲିଟର ପାଣି ଯୋଗାଇ ଦେବେ ବୋଲି ସ୍ଥିର କରାଯାଇଥିଲା । ମାତ୍ର ଏଥିରେ ଆଉ ୩୦ ଲିଟର ପାଣି ଅଧିକ ଦିଆଯିବ କଥାକୁ ବିଚାର ସମ୍ମତି ମିଳିଛି । ଗୃହପାଳିତ ପଶୁ ଓ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ଏଣିକି ପ୍ରତ୍ୟେକ ଦିନ 70 ଲିଟର ପାଣି ଯୋଗାଇ ଦିଆ।ଯିବ ।