ଓଡିଶା

odisha

ETV Bharat / bharat

ମୁମ୍ବାଇରେ 70 କୋରୋନା ଆକ୍ରାନ୍ତ ନିଖୋଜ, ଆକ୍ସନ ମୁଡରେ ବିଏମସି - corona virus

ମୁମ୍ବାଇରୁ ଆସିଲା ଚିନ୍ତା ବଢାଇବା ଭଳି ଖବର । ଗତ ଦୁଇ ରୁ ତିନି ମାସ ଭିତରେ ମୁମ୍ବାଇରେ 70 କୋରୋନା ଆକ୍ରାନ୍ତଙ୍କ ପତ୍ତା ମିଳୁନି । ଏହି ଖବର ସାମ୍ନାକୁ ଆସିବା ପରେ ଆକ୍ସନ ମୁଡରେ ବିଏମସି । ଅଧିକ ପଢନ୍ତୁ...

70 covid patient missing from mumba
ମୁମ୍ବାଇରେ 70 କୋରୋନା ଆକ୍ରାନ୍ତ ନିଖୋଜ

By

Published : Jun 23, 2020, 9:16 PM IST

ମୁମ୍ବାଇ: ବର୍ତ୍ତମାନ ମହାମାରୀ କୋରୋନାରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ତେବେ ମୁମ୍ବାଇରେ ଗତ ଦୁଇରୁ ତିନି ମାସ ଭିତରେ 70 ଜଣ କୋରୋନା ରୋଗୀ ନିଖୋଜ ଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ନିଖୋଜ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା ପାଇଁ ପୋଲିସଠାରୁ ସାହାଯ୍ୟ ମାଗିଛି ବିଏମସି ।

ବିଏମସି ଏହି ତାଲିକା ପ୍ରକାଶ କରିବା ପରେ ଜଣାପଡିଥିଲା ​​ଯେ ଜଣେ ନିଖୋଜ ରୋଗୀର ନାମ ସହିତ ଦିଆଯାଇଥିବା ଫୋନ୍ ନମ୍ବର ମଧ୍ୟ ଭୁଲ । ସେଥି ମଧ୍ୟରୁ ଅନେକ ଫୋନ ନମ୍ବର ସ୍ବିଚ ଅଫ ରହିଥିବା ଜଣାପଡିଛି ।

ନିଖୋଜ ରୋଗୀଙ୍କ ସମସ୍ତ ମାମଲା ଉତ୍ତର ମୁମ୍ବାଇର ମାଲାଡ ଅଞ୍ଚଳରୁ ରିପୋର୍ଟ କରାଯାଇଛି । ଯାହା ସହରର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି । ଏପଟେ ଏନେଇ ଲୋକମାନଙ୍କୁ ଭୟଭୀତ ନହେବାକୁ କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ ।

ଏପଟେ ବିଏମସି କମିଶନର ଏସ ଚହଲ ସୂଚନା ଦେଇଛନ୍ତି, ବର୍ତ୍ତମାନ ସମସ୍ତ ରୋଗୀଙ୍କୁ ଟ୍ରାକ୍ କରୁଛୁ । ସେହି ରୋଗୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଆସିଥିବା ବ୍ୟକ୍ତିଙ୍କ ଜରିଆରେ ସେମାନଙ୍କୁ ଖୋଜିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ-19 ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ମୁମ୍ବାଇ । ବର୍ତ୍ତମାନ ମୁମ୍ବାଇରେ 67,000 ରୁ ଅଧିକ ମାମଲା ଏବଂ 3,311ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇ ସାରିଛି ।

ABOUT THE AUTHOR

...view details