ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ହାଇକୋର୍ଟର 7 କର୍ମଚାରୀ କୋରୋନା ପଜିିଟିଭ

ଝାଡଖଣ୍ଡରେ ଲଗାତାର କୋରୋନା ମାମଲା ବଢିଚାଲିଛି । ଏହାରି ଭିତରେ ଝାଡଖଣ୍ଡ ହାଇକୋର୍ଟର 7 କର୍ମଚାରୀଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆହୁରି ଚିନ୍ତା ବଢିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jul 22, 2020, 3:14 PM IST

ଝାଡଖଣ୍ଡ ହାଇକୋର୍ଟର 7 କର୍ମଚାରୀଙ୍କ କୋରୋନା ପଜିିଟିଭ
ଝାଡଖଣ୍ଡ ହାଇକୋର୍ଟର 7 କର୍ମଚାରୀଙ୍କ କୋରୋନା ପଜିିଟିଭ

ରାଞ୍ଚି: ସାରା ବିଶ୍ବ ଏବେ କୋରୋନା କବଳରେ ଛଟପଟ । ଏଥିରୁ ବାଦ ପଡିନାହାଁନ୍ତି ଝାଡ଼ଖଣ୍ଡ ହାଇକୋର୍ଟର 7 କର୍ମଚାରୀ । ଏହି 7 ଜଣଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଝାଡଖଣ୍ଡ ହାଇକୋର୍ଟରେ ଭୟର ଆତଙ୍କ ସୃଷ୍ଟି ହୋଇଛି ।

ଏନେଇ ଝାଡ଼ଖଣ୍ଡ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଅମ୍ବଜ ନାଥ କହିଛନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରୋନାର ଭୀଷଣ ପ୍ରକୋପ ବଢିଯାଇଛି । ଏହି କୋରୋନା କବଳରେ ହାଇକୋର୍ଟର ବହୁ କର୍ମଚାରୀ । ପ୍ରଥମେ କୋଭିଡକୁ ନେଇ ସନ୍ଦେହ ହେବାରୁ କୋର୍ଟର ସମସ୍ତ କର୍ମଚାରୀଙ୍କର ସ୍ବାବ ସଂଗ୍ରହ କରାଯାଇ ଟେଷ୍ଟ କରିବାକୁ ପଠାଗଲା । ସେମାନଙ୍କ ମଧ୍ୟରୁ 7 କର୍ମଚାରୀଙ୍କର ପଜିଟିଭ ଆସିଥିବାବେଳେ ବାକି କର୍ମଚାରୀଙ୍କ ରିପୋର୍ଟ ଆସିବାରେ ବାକି ଅଛି । ସେପଟେ ହାଇକୋର୍ଟ ପରିସରରେ ଚାଲିଥିବା ବିଚାର କାର୍ଯ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ତତ୍କାଳ ସ୍ଥଗିତ କରିଦିଆଯାଇଛି ।

ସୂଚନା ଥାଉକି କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଜୁଲାଇ 13 ରୁ ହାଇକୋର୍ଟ ପରିସରକୁ ସିଲ କରି ସାନିଟାଇଜ କରାଯାଉଥିଲା ।

ଆମେରିକା, ବ୍ରାଜିଲ ଭଳି ଭାରତରେ ବି କୋରୋନା ସଂକ୍ରମଣ ହୁ ହୁ ହୋଇ ମାଡିବାରେ ଲାଗିଛି । 24 ଘଣ୍ଟାରେ ଦେଶରେ କୋଭିଡ-19ରେ 37,144 ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ସଂକ୍ରମିତ ସଂଖ୍ୟା 11,55,191କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 28, 084 ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details