ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ସହର ନିକଟସ୍ଥ ନାମକୁମ ରିଙ୍ଗ ରୋଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋ ଓ ଟ୍ରକ ମୁହାଁମୁହିଁ ହେବା ଫଳରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶନିବାର ଅପରାହ୍ନରେ ଘଟିଛି ଏହି ଘଟଣା ।
ରାଞ୍ଚିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 7 ମୃତ
ଝାଡଖଣ୍ଡର ରାଜଧାନୀ ରାଞ୍ଚି ସହର ନିକଟସ୍ଥ ନାମକୁମ ରିଙ୍ଗ ରୋଡ଼ରେ ସଡକ ଦୁର୍ଘଟଣା ଘଟି 7 ଜଣଙ୍କର ମୃତ୍ଯୁ ଘଟିଛି ।
ଫାଇଲ ଫଟୋ
ସୂଚନା ମୁତାବକ, ରାଞ୍ଚିର ମାଣ୍ଡର ଉପଖଣ୍ଡ ଅନ୍ତର୍ଗତ ବିଜୁପାଡ଼ା ଗ୍ରାମର କେତେକ ଲୋକ ଆଜି ବୋଲେରୋରେ ବୁଣ୍ଡୁ ଯାଉଥିଲେ । ସେମାନେ ଏକ ବରଯାତ୍ରୀରେ ଯୋଗ ଦେବା ଲାଗି ଯାଉଥିବା ଜଣାପଡିଛି । ତେବେ ଅପରାହ୍ନ ସମୟରେ ନାମକୁମ ରିଙ୍ଗ ରୋଡ଼ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ବୋଲେରୋର ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ଏକ ଶିଶୁଟି ଅଳ୍ପକେ ବର୍ତ୍ତିଯାଇଥିଲା । ତେବେ ଦୁର୍ଘଟଣାଟି ଏତେ ଜୋରଦାର ଥିଲା ଯେ ଲୋକଙ୍କ ଶବ ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାରେ ପଡିଥିଲା ।