ଓଡିଶା

odisha

ETV Bharat / bharat

ହସ୍ପିଟାଲ ବାହାରେ ବୁଲିଲେ କୋରୋନା ସଂକ୍ରମିତ - ବୁଲିଲେ କୋରୋନା ରୋଗୀ

ଦୀର୍ଘ ଘଣ୍ଟାଏ ଧରି ବାହାରେ ବୁଲିଲେ କୋରୋନା ସଂକ୍ରମିତ । ଉତ୍ତରପ୍ରଦେଶ ଇଟୱାର ଏକ ସରକାରୀ ହସ୍ପିଟାଲ ସାମ୍ନାରେ ମୁକ୍ତଭାବେ ଚଳପ୍ରଚଳ କରୁଥିଲେ ରୋଗୀ । ଅଧିକ ପଢନ୍ତୁ...

ହସ୍ପିଟାଲ ବାହାରେ ବୁଲିଲେ କୋରୋନା ରୋଗୀ
ହସ୍ପିଟାଲ ବାହାରେ ବୁଲିଲେ କୋରୋନା ରୋଗୀ

By

Published : Apr 25, 2020, 2:35 PM IST

ଲକ୍ଷ୍ନୌ: ପଦାରେ ପଡିଲା ଉତ୍ତରପ୍ରଦେଶ ସରକାରଙ୍କ ଉଦ୍ୟମ । ଖୁଲମ ଖୁଲା ବାହାରେ ବୁଲିଲେ କୋରୋନା ଆକ୍ରାନ୍ତ । କୋରୋନା ସଂକ୍ରମଣ ରୋକିବା ଦିଗରେ ଉତ୍ତରପ୍ରଦେଶ ସରକାରଙ୍କ ଉଦ୍ୟମରେ ଏବେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଆସିଥିବା କୋରୋନା ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପରିବର୍ତ୍ତେ ମୁକ୍ତଭାବେ ବାହାରେ ଛଡି ଦିଆଯାଇଥିଲା ।

ଗତ ଗୁରୁବାର ଉତ୍ତରପ୍ରଦେଶର ଇଟୱାର ସୈଫାଇ ସରକାରୀ ହସ୍ପିଟାଲରେ 69 ଜଣ କୋରୋନା ଆକ୍ରାନ୍ତ ଏକ ବସ ଯୋଗେ ଆସି ପହଞ୍ଚିଥିଲେ । ହେଲେ ଫାଟକ ବନ୍ଦ ଥିବାରୁ ସେମାନେ ପ୍ରାୟ 1 ଘଣ୍ଟା ଧରି ହସ୍ପିଟାଲ ବାହାରେ ବୁଲା ବୁଲି କରିଥିଲେ । ସେପଟେ, କୋରୋନା ଆକ୍ରାନ୍ତ ସତ୍ତ୍ବେ ସେମାନଙ୍କ ମୁହଁରେ ମାସ୍କ ମଧ୍ୟ ଦେଖିବାକୁ ମିଳିନଥିଲା । ଏହା ପରେ ହସ୍ପିଟାଲ କର୍ମଚାରୀ ତୁରନ୍ତ ବେଡ ପ୍ରସ୍ତୁତ କରିବା ପରେ ସମସ୍ତେ ଭିତରୁ ପ୍ରବେଶ କରିଥିଲେ ।

ଆଗ୍ରାରୁ 69 ଜଣଙ୍କ କୋରୋନା ରୋଗୀଙ୍କୁ 116 କିମି ଦୂର ସୈଫାଇ ହସ୍ପିଟାଲକୁ ଅଣାଯାଇଥିଲା । ପ୍ରଶାସନ ପକ୍ଷରୁ ଏସକର୍ଟ ମଧ୍ୟ ପଠାଯାଇଥିଲା । ସେପଟେ, ରୋଗୀ ବାହାରେ ବୁଲିଥିବା ଦେଖି ସାମାଜିକ ଦୂରତ୍ବ ବଜାୟ ରଖି ସେମାନଙ୍କୁ ଦୂରରୁ ନିର୍ଦ୍ଦେଶ ଦେଉଥିଲେ ସୁରକ୍ଷାକର୍ମୀ ।

ABOUT THE AUTHOR

...view details