ଓଡିଶା

odisha

ETV Bharat / bharat

ଦେଶରେ ଗୋଟିଏ ଦିନରେ 67708 କୋରୋନା ପଜିଟିଭ, 680 ମୃତ

ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ମହାରାଷ୍ଟ୍ରରେ ରହିଛି । ଏହାପରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ରହିଛି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 67,708 ନୂଆ ପଜିଟିଭ ରିପୋର୍ଟ, 680 ମୃତ
କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 67,708 ନୂଆ ପଜିଟିଭ ରିପୋର୍ଟ, 680 ମୃତ

By

Published : Oct 15, 2020, 10:20 AM IST

ନୂଆଦିଲ୍ଲୀ: ଭାରତରେ କୋରୋନା ବ୍ୟାପିବାକୁ 7 ମାସ ପୂରିଥିବା ବେଳେ, ବର୍ତ୍ତମାନ ମଧ୍ୟ ବହୁ ପରିମାଣର ପଜିଟିଭ ରିପୋର୍ଟ ହେଉଛି। ଯେଉଁଥିପାଇଁ 73 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ । ଆଉ ଏପରି ସ୍ଥିତିରେ କରୋନା ଟୀକା ଆସିବା ନେଇ କୌଣସି ଠୋସ ସୂଚନା ନାହିଁ ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ସୂଚନା ମୁତାବକ, ଗତ 24 ଘଣ୍ଟାରେ ଦେଶରେ 67 ହଜାର 708 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ସେଥି ମଧ୍ୟରୁ ଚିକିତ୍ସା ଅବସ୍ଥାରେ 680 ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 73 ଲକ୍ଷ 07 ହଜାର 098 ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 11 ହଜାର 266 ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ 63 ଲକ୍ଷ 83 ହଜାର 442 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 8 ଲକ୍ଷ 12 ହଜାର 390 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋରୋନା କେୟାର ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details