ଓଡିଶା

odisha

ETV Bharat / bharat

ପେଡ୍ ନ୍ୟୁଜ ବିରୋଧରେ 647ଟି ମାମଲା

ସାମାଜିକ ଗଣମାଧ୍ୟମରୁ 909ଟି ପୋଷ୍ଟ ହଟାଇ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ଫେସବୁକ 650ଟି, ଟ୍ବିଟର 220ଟି, ସେୟାରଚାର୍ଟ 31ଟି, ଗୁଗୁଲ 5ଟି ଓ ହ୍ବାଟ୍ସଆପ 3ଟି ପୋଷ୍ଟକୁ ହଟାଇଥିବା ନିର୍ବାଚନ ଆୟୋଗ କହିଛନ୍ତି । ଚଳିତ ନିର୍ବାଚନରେ ପେଡ ନ୍ୟୁଜ ବିରୋଧରେ ମୋଟ 647ଟି ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 19, 2019, 10:00 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରବିବାର ମତଦାନ ସରିଥିବା ବେଳେ ସମସ୍ତ ପର୍ଯ୍ୟାୟ ନିର୍ବାଚନ ସମୟରେ ପେଡ ନ୍ୟୁଜ ବିରୋଧରେ ମୋଟ 647ଟି ମାମଲା ରୁଜୁ ହୋଇଛି । ଏଥି ସହିତ ବିଭିନ୍ନ ସମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ 909ଟି ପୋଷ୍ଟକୁ ହଟାଇ ଦିଆଯାଇଛି ।

ପେଡ୍ ନ୍ୟୁଜ ବିରୋଧରେ ହୋଇଥିବା ମାମଲାରୁ 57ଟି ମାମଲା ଶେଷ ପର୍ଯ୍ୟାୟର ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମରୁ 909ଟି ପୋଷ୍ଟ ହଟାଇ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ଫେସବୁକ 650ଟି, ଟ୍ବିଟର 220ଟି, ସେୟାରଚାର୍ଟ 31ଟି, ଗୁଗୁଲ 5ଟି ଓ ହ୍ବାଟ୍ସଆପ 3ଟି ପୋଷ୍ଟକୁ ହଟାଇଥିବା ନିର୍ବାଚନ ଆୟୋଗ କହିଛନ୍ତି ।

ଫେସବୁକରୁ ହଟାଯାଇଥିବା 650ଟି ପୋଷ୍ଟ ମଧ୍ୟରୁ 482ଟି ରାଜନୈତିକ ପୋଷ୍ଟ ହୋଇଥିବା ବେଳେ 73ଟି ରାଜନୈତୀକ ବିଜ୍ଞାପନ ବୋଲି ଜଣା ପଡିଛି ।

ABOUT THE AUTHOR

...view details