ଓଡିଶା

odisha

ETV Bharat / bharat

ଆସାମ ବନ୍ୟା: 1.7 ଲକ୍ଷ ଲୋକ ପ୍ରଭାବିତ, କାଜିରଙ୍ଗା ଜାତୀୟ ଉଦ୍ୟାନରେ 48 ପ୍ରାଣୀ ମୃତ - 64 deaths due to floods and landslides in assam

ଗତ କିଛି ଦିନ ହେବ ବନ୍ୟା ସାଙ୍ଗକୁ ଭୂସ୍ଖଳନରେ ଅସ୍ତବ୍ୟସ୍ତ ଆସାମବାସୀ । ବନ୍ୟା ଯୋଗୁଁ 12ଟି ଜିଲ୍ଲାରେ 1.7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆସାମ ବନ୍ୟା: ଗଲା ଆଉ ଏକ ଜୀବନ, କାଜିରଙ୍ଗା ଜାତୀୟ ଉଦ୍ୟାନରେ 48 ପ୍ରାଣୀ ମୃତ
ଆସାମ ବନ୍ୟା: ଗଲା ଆଉ ଏକ ଜୀବନ, କାଜିରଙ୍ଗା ଜାତୀୟ ଉଦ୍ୟାନରେ 48 ପ୍ରାଣୀ ମୃତ

By

Published : Jul 9, 2020, 10:57 AM IST

ଗୌହାଟି: ଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି । ହେଲେ ବନ୍ୟା ଯୋଗୁଁ ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ବନ୍ୟା କାରଣରୁ ସମୁଦାୟ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି ପାଇଛି। ବନ୍ୟା ଯୋଗୁଁ 12ଟି ଜିଲ୍ଲାରେ 1.7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏଏସଡିଏମଏ) ଏହି ସୂଚନା ଦେଇଛି ।

ବୁଧବାର ଜୋରହାଟ ଜିଲ୍ଲାରେ ବନ୍ୟା ପାଣି କମିଛି । ଏଏସଡିଏମଏର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ, ବରପେଟା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିପାଇଁ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ପାଇଛି । ଧେମାଜୀ, ଲକ୍ଷ୍ମୀପୁର, ଚରାଇଦେବ, ବିଶ୍ୱନାଥ, ଚିରାଙ୍ଗ, ନଲବାଡି, ବରପେଟା, ଗୋବାଲପାରା, ମୋରିଗାଓଁ, ନଗାଓଁ, ଗୋଲାଘାଟ ଏବଂ ଟିନୁସୁକିଆ ଆଦି ଜିଲ୍ଲା ବର୍ତ୍ତମାନ ଜଳମଗ୍ନ ରହିଛି ।

ବରପେଟା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିରେ ପ୍ରାୟ 65,500 ଲୋକ ବହୁ ସମସ୍ୟା ଭୋଗୁଛନ୍ତି। ଏହା ପରେ ଧେମାଜୀରେ ପ୍ରାୟ 48500 ଲୋକ ପ୍ରଭାବିତ ହୋଇଥିବାବେଳେ ଗୋବାଲପାରାଠାରେ ପ୍ରାୟ 28 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ନିମାତିଘାଟ ଏବଂ ଧୁବରିରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଏଏସଡିଏମଏ କହିଛି ଯେ, ବର୍ତ୍ତମାନ 348ଟି ଗାଁ ଜଳମଗ୍ନ ହୋଇଛି ଏବଂ ଏଥିରେ 26 ହଜାର 910.99 ହେକ୍ଟର ଫସଲ ନଷ୍ଟ ହୋଇଛି। ପ୍ରଶାସନ 5ଟି ଜିଲ୍ଲାରେ 25ଟି ରିଲିଫ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ଚଳାଉଛି ଯେଉଁଠାରେ ବର୍ତ୍ତମାନ 1,095 ଲୋକ ଆଶ୍ରୟ ନେଉଛନ୍ତି। ଅଧିକାରୀମାନେ ଲୋକଙ୍କ ମଧ୍ୟରେ ଚାଉଳ, ଡାଲି ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି ।

ତେବେ ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ 48 ପ୍ରାଣୀଙ୍କର ମୃତ୍ୟୁ ଘଟିଛି।

ABOUT THE AUTHOR

...view details