ଓଡିଶା

odisha

ETV Bharat / bharat

ଭୟଙ୍କର ହେଉଛି କୋରୋନା: ଏକାସାଙ୍କରେ 63 କଏଦୀ ସଂକ୍ରମିତ

କୋରୋନା କବଳରେ କଏଦୀ । ଏକାସାଙ୍ଗରେ 63 କଏଦୀଙ୍କ ରିପୋର୍ଟ ପଜିଟିଭ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ଜେଲରେ । ଅଧିକ ପଢନ୍ତୁ...

By

Published : Aug 3, 2020, 4:58 PM IST

ଭୟଙ୍କର ହୋଉଛି କୋରୋନା: ଏକାସାଙ୍କରେ 63 କଏଦୀ ସଂକ୍ରମିତ
ଭୟଙ୍କର ହୋଉଛି କୋରୋନା: ଏକାସାଙ୍କରେ 63 କଏଦୀ ସଂକ୍ରମିତ

ମୁମ୍ବାଇ: କୋରୋନା କବଳରେ କଏଦୀ । ସାରାବିଶ୍ବରେ କୋରୋନା କୋପ ଥମିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ସମେତ ମ୍ୟୁନିସିପାଲିଟି ଅଞ୍ଚଳରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ବୃଦ୍ଧି ପାଉଛି।

ମ୍ୟୁନିସିପାଲିଟି ପକ୍ଷରୁ ଯୁଦ୍ଧ ଭିତ୍ତିକ ସ୍ତରରେ କୋରୋନା ରାପିଡ ଆଣ୍ଟିଜେନ ପରୀକ୍ଷା କରାଯାଉଛି । ତେବେ ଏହି ପରୀକ୍ଷା 3 ଦିନ ପୂର୍ବରୁ ସାଙ୍ଗଲି ଜିଲ୍ଲା ଜେଲରେ କରାଯାଇଥିଲା । ସେହି ସମୟରେ ମୋଟ 92 ଜଣ ଅନ୍ତେବାସୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏକାସାଙ୍ଗରେ 63 କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ଜେଲ ପ୍ରଶାସନକୁ ଥରାଇ ଦେଇଛି ।

ରିପୋର୍ଟ ପାଇବା ପରେ ଜିଲ୍ଲା ଓ ଜେଲ ପ୍ରଶାସନ ତୁରନ୍ତ ସତର୍କତା ଅବଲମ୍ବନ କରିଛନ୍ତି। 50 ବର୍ଷରୁ ଉର୍ଦ୍ଧ୍ବ କଏଦୀଙ୍କୁ ଅସ୍ଥାୟୀ ଭାବରେ ପୃଥକ କରାଯାଇଛି ଏବଂ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ଜେଲରେ 300 ରୁ ଅଧିକ ଅନ୍ତେବାସୀ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details