ନୂଆଦିଲ୍ଲୀ: ଦୀର୍ଘ 7 ମାସ ଧରି କୋରୋନା କବଳରେ ଭାରତ । ତେବେ ଗତ 3 ରୁ 4 ମାସ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇ 51 ଲକ୍ଷ ପାର କରିସାରିଛି। ଆଉ ଏହି ଭାଇରସରେ 83 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ମଧ୍ୟ ଯାଇଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ବୃଦ୍ଧି ପାଉଥିବା ସଂକ୍ରମଣରେ ଲଗାମ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ପ୍ରଚେଷ୍ଟା ଜାରି ରହିଛି ।
ସେପ୍ଟେମ୍ବର 16 ସୁଦ୍ଧା ଦେଶରେ ସରିଛି 6,05,65,728 କୋରୋନା ଟେଷ୍ଟ
ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଦେଶରେ ପ୍ରତ୍ୟେକ ଦିନ 10 ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...
ସେପ୍ଟେମ୍ବର 16 ସୁଦ୍ଧା ଦେଶରେ ସରିଛି 6,05,65,728 କୋରୋନା ଟେଷ୍ଟ
ତେବେ ଇଣ୍ଡିଆ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ବୁଧବାର ଦେଶର ବିଭିନ୍ନ ଲ୍ୟାବରେ 11 ଲକ୍ଷ 36 ହଜାର 613ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ସେପ୍ଟେମ୍ବର 16 ସୁଦ୍ଧା ଦେଶରେ 6 କୋଟି 5 ଲକ୍ଷ 65 ହଜାର 728ଟି କୋରୋନା ଟେଷ୍ଟ କରାଯାଇଛି ।