ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ସିଏମ ରିଲିଫ ପାଣ୍ଠିକୁ 543 ଟଙ୍କା ଦାନ କଲେ ପ୍ରଥମ ଶ୍ରେଣୀ ଛାତ୍ରୀ - କୋରୋନା ଲଢେଇ ପ୍ରଥମ ଶ୍ରେଣୀ ଛାତ୍ରୀ

ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ମଙ୍ଗଳବାର COVID-19 ରିଲିଫ ପାଇଁ 543 ଟଙ୍କା ସଞ୍ଚୟ କରିଥିବାରୁ 6 ବର୍ଷିୟ ଆର ହେମା ଜୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏକ 'ଟ୍ବିଟ୍‌ରେ ପଲାନିସ୍ବାମୀ ଛୋଟ ପିଲାମାନଙ୍କୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ମନୋଭାବରେ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

COVID-19
କୋରୋନା ଲଢେଇ: ସିଏମ ରିଲିଫ ପାଣ୍ଠିକୁ 543 ଟଙ୍କା ଦାନ କଲେ ପ୍ରଥମ ଶ୍ରେଣୀ ଛାତ୍ରୀ

By

Published : Apr 21, 2020, 10:16 PM IST

ଚେନ୍ନାଇ: କୋରୋନା ବିରୋଧୀ ଲଢେଇରେ ସାମିଲ ହୋଇଛି ସାରା ଦେଶ । ଏହି ଲଢେଇରେ ବିଜୟ ପାଇଁ ସମସ୍ତ ଦେଶବାସୀ ନିଜ ସାଧ୍ୟ ମୁତାବକ ଦାନ, ସାହାଯ୍ୟ ଓ ସହଯୋଗ ଜାରି ରଖିଛନ୍ତି । ଏପରିସ୍ଥଳେ ତାମିଲନାଡୁର 6 ବର୍ଷର ଛାତ୍ରୀ ନିଜ ସଞ୍ଚୟ 543 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ମଙ୍ଗଳବାର COVID-19 ରିଲିଫ ପାଇଁ 543 ଟଙ୍କା ସଞ୍ଚୟ କରିଥିବାରୁ 6 ବର୍ଷିୟ ଆର ହେମା ଜୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏକ ଟ୍ବିଟ୍‌ରେ ପଲାନିସ୍ବାମୀ ଛୋଟ ପିଲାମାନଙ୍କୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ମନୋଭାବରେ ଖୁସି ବ୍ୟକ୍ତ କରିଛନ୍ତି ।

ପଲାନିସ୍ବାମୀ ଥାନଜାଭୁର ଜିଲ୍ଲାର ପ୍ରଥମ ଶ୍ରେଣୀ ଛାତ୍ର ହେମା ଜୟଶ୍ରୀଙ୍କୁ କୋରୋନା ଭାଇରସ ରିଲିଫ ପାଣ୍ଠି ପାଇଁ ସଞ୍ଚୟ ଦାନ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଏକ ଟ୍ବିଟରେ ପଲାନିସ୍ବାମୀ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଜନ ରିଲିଫ ପାଣ୍ଠି ପାଇଁ ଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୋଭିଡ -19 ରିଲିଫ କାର୍ଯ୍ୟକଳାପ ପାଇଁ ପ୍ରାୟ 160.93 କୋଟି ଟଙ୍କା ଗ୍ରହଣ କରାଯାଇଥିବା ସେ କହିଛନ୍ତି ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

@IANS

ABOUT THE AUTHOR

...view details