ଓଡିଶା

odisha

ETV Bharat / bharat

ସୋପିଆନରେ ଏନକାଉଣ୍ଟର, 6 ଆତଙ୍କୀ ନିପାତ

ଜମ୍ମୁ କଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 6 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷରେ ଜଣେ ଯବାନ ଆହତ ହୋଇଛନ୍ତି ।

By

Published : May 16, 2019, 8:11 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନରେ ସେନା-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସେହିପରି ପୁଲଓ୍ବାମାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି ।

ସୋପିଆନ ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3ଜଣ ପୁଲଓ୍ବମାରେ ନିପାତ ହୋଇଛନ୍ତି ।

ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ଆହତ ଯବାନଙ୍କୁ ଚିକତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଉତ୍ତର କାଶ୍ମୀରର କୁପଓ୍ବାଡା ଜିଲ୍ଲାର କଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ABOUT THE AUTHOR

...view details