ଓଡିଶା

odisha

ETV Bharat / bharat

କୋରୋନା ପାଇଁ ସମର୍ପିତ ଦିଲ୍ଲୀର 6ଟି ବେସରକାରୀ ହସ୍ପିଟାଲ: ସତ୍ୟେନ୍ଦ୍ର ଜୈନ - ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

କୋଭିଡ-19 ପାଇଁ ସମର୍ପିତ ଦିଲ୍ଲୀର 6ଟି ବେସରକାରୀ ହସ୍ପିଟାଲ । ଏହି 6ଟି ହସ୍ପିଟାଲରେ ସଂକ୍ରମିତଙ୍କୁ 3ଟି ନୂଆ ଅତିରିକ୍ତ ସୁବିଧା ମିଳିବ । ଗୁରୁବାର ଏନେଇ ଘେଷାଣା କରିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

6 private hospitals now Covid-dedicated in Delhi
କୋରୋନା ପାଇଁ ସମର୍ପିତ ଦିଲ୍ଲୀର 6ଟି ବେସରକାରୀ ହସ୍ପିଟାଲ: ସତ୍ୟେନ୍ଦ୍ର ଜୈନ

By

Published : Jun 4, 2020, 4:28 PM IST

ନୂଆଦିଲ୍ଲୀ: କୋଭିଡ-19 ପାଇଁ ସମର୍ପିତ ଦିଲ୍ଲୀର 6ଟି ବେସରକାରୀ ହସ୍ପିଟାଲ । ବୁଧବାର କୋରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ ଏହି 6ଟି ହସ୍ପିଟାଲରେ ସଂକ୍ରମିତଙ୍କୁ 3ଟି ନୂଆ ଅତିରିକ୍ତ ସୁବିଧା ମିଳିବ । ଗୁରୁବାର ଏନେଇ ଘେଷାଣା କରିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ଗଣମାଧ୍ୟମକୁ ସୂଚନା ଦେଇ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ କେତେକ ଘରୋଇ ହସ୍ପିଟାଲରେ କୋଭିଡ ସଂକ୍ରମିତ ଏବଂ ସାଧାରଣ ରୋଗୀଙ୍କ ଶଯ୍ୟା ଏକାଠି ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ତେଣୁ ଆଗାମୀ ଦିନରେ ଏହାକୁ ସମ୍ପୂର୍ଣ୍ଣ ଭାବେ କୋଭିଡ ସଂକ୍ରମିତଙ୍କ ପାଇଁ ସମର୍ପିତ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର୍ଯ୍ୟାପ୍ତ ଶଯ୍ୟା ସୁନିଶ୍ଚିତ କରିବାକୁ ଆମେ ଅନେକ ପଦକ୍ଷେପ ନେଇଛୁ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର 5ଟି ସରକାରୀ ହସ୍ପିଟାଲକୁ ଆମେ ସମ୍ପୂର୍ଣ୍ଣ ଭାବେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମର୍ପିତ କରିଛୁ । ସେହିପରି 61ଟି ବେସରକାରୀ ହସ୍ପିଟାଲର 20 ପ୍ରତିଶତ ଶଯ୍ୟା କୋଭିଡ ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ମଧ୍ୟ କରାଯାଇଛି ।

ଆମ ପାଖରେ କୋରୋନା ସଂକ୍ରମିତଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା 3ଟି ବେସରକାରୀ ହସ୍ପିଟାଲ ଥିବାବେଳେ ବୁଧବାର ଆଉ 3ଟି ବେସରକାରୀ ଡାକ୍ତରଖାନା ସମ୍ପୂର୍ଣ୍ଣ ଭାବେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଛି ।

ତେବେ ଯେଉଁମାନଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନାହିଁ ସେମାନେ ଡାକ୍ତରଖାନାକୁ ନଯାଇ ଘରେ ରହି ଠିକ୍ ହୋଇପାରିବେ ।

ମେ 24ରେ ଦିଲ୍ଲୀ ସରକାର ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି 117ଟି ବେସରକାରୀ ହସ୍ପିଟାଲ ଏବଂ 50 ଶଯ୍ୟା କିମ୍ବା ଏହାରୁ ଊର୍ଦ୍ଧ୍ବ କ୍ଷମତା ବିଶିଷ୍ଟ ନର୍ସିଂହୋମକୁ 20 ପ୍ରତିଶତ ଶଯ୍ୟା କୋରୋନା ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 23,645 କୋଭିଡ-19 ମାମଲା ରିପୋର୍ଟ ହୋଇଥିବା ବେଳେ 606 ଜଣଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details