ଓଡିଶା

odisha

ETV Bharat / bharat

ଅଶୁଭ ଶୁକ୍ରବାର: ଭୋଜି ଖାଇ ଫେରିବାବେଳେ ଚାଲିଗଲା 6 ଜୀବନ

ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ନିକଟରେ ଏକ ପରିବାର ଭୋଜି ଖାଇ କାର ଯୋଗେ ଫେରୁଥିବା ବେଳେ ଗଛରେ  କାରଟି ପିଟି ହୋଇଯିବାରୁ 6 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଅଛନ୍ତି।

By

Published : Nov 29, 2019, 10:49 AM IST

accident
ଫଟୋ ସୌଜନ୍ୟ: ଇଟିଭି ଭାରତ

ଲକ୍ଷ୍ନୌ: ସଡକ ଦୁର୍ଘଟଣାରେ ଚାଲିଗଲା 6 ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରେ । ଗୋଟିଏ ପରିବାର ଭୋଜି ଖାଇ କାର ଯୋଗେ ଫେରୁଥିବା ବେଳେ ଏକ ଗଛରେ ପିଟି ହୋଇଯିବାରୁ 6 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଅଛନ୍ତି ।

ଗତ ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାର ବିବାହ ଭୋଜିରୁ ଫେରୁଥିବା ବେଳେ ଖରାପ ପାଗ ଯୋଗୁ ସେମାନଙ୍କ କାରଟି ଗଛରେ ପିଟି ହୋଇଥିଲା । ଏହି ଘଟଣାରେ 6 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସମସ୍ତ ମୃତକ ପୁରନପୁର ଥାନା ଅଧିନସ୍ଥ ଜୋଶୀ କଲୋନୀର ବାସିନ୍ଦା ଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ମାତ୍ର ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବରେଲୀକୁ ସ୍ଥାନାନ୍ତର କରାଯାଇଛି।

ABOUT THE AUTHOR

...view details