ଓଡିଶା

odisha

ETV Bharat / bharat

ଇଦ୍ ପାଳି ଫେରିବାବେଳେ ଅଘଟଣ: ସଡକ ଦୁର୍ଘଟଣାରେ 6 ମୃତ, 6 ଗୁରୁତର

ଗୁରୁବାର ସକାଳେ ଏକ ଇନୋଭା ଗାଡିରେ 12 ଜଣ ଲୋକ ସାମଲୀରୁ ଇଦ୍ ପାଳି ସିରସା ଫେରୁଥିବାବେଳେ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଛି ।

By

Published : Jun 6, 2019, 10:52 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ହରିୟାଣା: ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା । ଯେଉଁଥିରେ 6 ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାର ଜିନ୍ଦ୍- ସାଫିଦୋ ରୋଡ ଠାରେ ଥିବା ଟଲୋଡା ଖେଣ୍ଡି ଗ୍ରାମ ନିକଟରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନାମୁତାବକ, ଗୁରୁବାର ସକାଳେ ଏକ ଇନୋଭା ଗାଡିରେ 12 ଜଣ ଲୋକ ସାମଲୀରୁ ଇଦ୍ ପାଳି ସିରସା ଫେରୁଥିଲେ । ଠିକ୍ ଏହି ସମୟରେ ଏକ ଟ୍ରକ ଅପରପାର୍ଶ୍ବରୁ ଆସି ଇନୋଭାକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହିଁ 6 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବାକି 6 ଜଣ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଇନୋଭାରେ ଯାଉଥିବା ସମସ୍ତ ଲୋକ ସିରସାର ବୋଲି ଜଣାପଡିଛି ।

ABOUT THE AUTHOR

...view details