ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି ।
ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟାରେ ନୂଆ 62ଟି ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟରେ ଗୁରୁବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1640 ପହଞ୍ଚିଛି । ଏହାସହ 42 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।