ଓଡିଶା

odisha

6 ବିଏସପି ବିଧାୟକ କଂଗ୍ରେସରେ ମିଶିବା ଘଟଣା, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

By

Published : Jul 18, 2020, 2:05 PM IST

ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନୋଟିସ୍‌ ଦେବା ଘଟଣାରେ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

6 ବିଏସପି ବିଧାୟକ କଂଗ୍ରେସରେ ମିଶିବା ଘଟଣା, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ
6 ବିଏସପି ବିଧାୟକ କଂଗ୍ରେସରେ ମିଶିବା ଘଟଣା, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡାଛୁଟୁଛି । କଂଗ୍ରେସ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନୋଟିସ୍‌ ଦେବା ଘଟଣାରେ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି ।

6 ବିଏସପି ବିଧାୟକ କଂଗ୍ରେସରେ ମିଶିବା ଘଟଣାରେ ପୁଣି ଥରେ ବାଚସ୍ପତିଙ୍କୁ ଚିଠି ଲେଖି ଏହାର ଶୁଣାଣି କରିବାକୁ ବିଜେପି ବିଧାୟକ ଦାବି କରିଛନ୍ତି । ବିଧାୟକ ମଦନ ଦିଲାବର ବାଚସ୍ପତିଙ୍କୁ ଚିଠି ଲେଖି ଏହି ମାମଲାର ଶୁଣାଣି ଏହି ସପ୍ତାହ ମଧ୍ୟରେ ସାରିବାକୁ ନିବେଦନ କରିଛନ୍ତି ।

6 ବିଏସପି ବିଧାୟକ କଂଗ୍ରେସରେ ମିଶିବା ଘଟଣା, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଘଟଣାଅନୁସାରେ, 2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଯାହା ବିରୋଧରେ 2020 ମାର୍ଚ୍ଚ 13 ତାରିଖରେ ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ମଦନ ଦିଲାବର ।

କିନ୍ତୁ ଏହି ମାମଲା ଏବେ ପର୍ଯ୍ୟନ୍ତ ପଡିରହିଥିବାବେଳେ ଏହାର କୌଣସି ନିଷ୍ପତ୍ତି ହୋଇନାହିଁ । ଯେଉଁଥିପାଇଁ ବିଧାୟକ ପୁଣି ଥରେ ବାଚସ୍ପତିଙ୍କୁ ଚିଠି ଲେଖି ଏହି ମାମଲାକୁ ମନେପକାଇବା ସହିତ ଏହାର ଶୁଣାଣି ଏହି ସପ୍ତାହରେ କରିବାକୁ କହିଛନ୍ତି ।

ସୂଚନାଥାଉକି, ରାଜସ୍ଥାନରେ ଲାଗି ରହିଥିବା କ୍ଷମତା କନ୍ଦଳ ମଧ୍ୟରେ ସଚିନ ପାଇଲଟଙ୍କ ସମେତ କଂଗ୍ରେସର 19 ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇଥିଲେ । କଂଗ୍ରେସ ବିଧାୟକ ଦଳରେ ଉପସ୍ଥିତ ନଥିବାରୁ ସେମାନଙ୍କୁ ନୋଟିସ ଦେଇଥିଲେ ବାଚସ୍ପତି ।

ତେବେ ଏହା ବିରୋଧରେ 19 ବିଧାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ପରବର୍ତ୍ତୀ ଶୁଣାଣି ସୋମବାର ହେବାକୁ ଥିବାବେଳେ ମଙ୍ଗଳବାର ପର୍ଯ୍ୟନ୍ତ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details