ଓଡିଶା

odisha

ETV Bharat / bharat

ପଞ୍ଚମ ପର୍ଯ୍ୟାୟର ମତଦାନ: ବିଜେପି ପ୍ରାର୍ଥୀଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା

ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ(ଏଡିଆର) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୬୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୧ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏଥିମଧ୍ୟରୁ ୯୫ ପ୍ରାର୍ଥୀଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି ।

By

Published : May 6, 2019, 2:23 AM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ରାଜନୀତିରୁ ଅପରାଧିକ ମୁକ୍ତ ହେବା କଥା ଚିନ୍ତା କରିବା କେବଳ ବୃଥା ଆଶା ଛଡା ଆଉ କିଛି ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳ ଦେଶର ରାଜନୀତିକୁ ଅପରାଧିକ ମୁକ୍ତ କରିବା କଥା କହିଥାନ୍ତି । କିନ୍ତୁ ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳ ତରଫରୁ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଏ । ଦେଶର ଜାତୀୟ ଦଳ ବିଜେପି, କଂଗ୍ରେସ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ନିର୍ବାଚନ ଜିତିବା ପାଇଁ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବ୍ୟକ୍ତିଙ୍କୁ ଟିକେଟ ଦିଅନ୍ତି ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ(ଏଡିଆର) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୬୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୧ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏଥିମଧ୍ୟରୁ ୯୫ ପ୍ରାର୍ଥୀଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି ।

ପଞ୍ଚମ ପର୍ଯ୍ୟାୟରେ ବିଜେପିରୁ ସର୍ବାଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ବିଜେପିର ୪୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସର ୪୫ ରୁ ୧୪, ବିଏସପିର ୩୩ ରୁ ୯ ଓ ଏସପିର ୯ ରୁ ୭ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ABOUT THE AUTHOR

...view details