ଓଡିଶା

odisha

ପାକିସ୍ତାନକୁ କଡା ଜବାବ: 6 ପାକ୍ ଯବାନ ନିହତ

By

Published : Oct 20, 2019, 2:50 PM IST

Updated : Oct 20, 2019, 8:48 PM IST

ଆତଙ୍କବାଦୀଙ୍କୁ ଭାରତୀୟ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିବାକୁ ପାକିସ୍ତାନ ସେନା ସାହାଯ୍ୟ କରୁଥିବାବେଳେ ଭାରତୀୟ ସେନା କରିଛି ଆକ୍ରମଣ । ଫଳରେ 6 ରୁ 10 ପାକିସ୍ତାନୀ ଯବାନ ନିହତ ହୋଇଥିବା ଜଣାପଡ଼ିଛି ।

ଫାଇଲ୍ ଫଟୋ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ସେନାର ହମଲା । ତଙ୍ଗଧର ସେକ୍ଟରର ବିପରୀତ ପାର୍ଶ୍ବରେ ଥିବା ଲସ୍କର-ଇ-ତୋଇବା କ୍ୟାମ୍ପ ଉପରେ ରବିବାର ସେନା କରିଛି ଆକ୍ରମଣ । ସେନାର ଗୁଳିମାଡ଼ରେ ପାକିସ୍ତାନର 6 ରୁ 10 ଯବାନ ନିହତ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ଏଏନଆଇ


ପ୍ରଥମେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପାକ୍ ଯବାନଙ୍କ ଗୁଳି ମାଡ଼ରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଥିଲେ । ପରେ ଭାରତୀୟ ସେନାର ଯବାବରେ 5 ପାକିସ୍ତାନ ଯବାନଙ୍କ ସମେତ ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିବା ସୂଚନା ମିଳିଥିଲା । ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ସେନା ପ୍ରମୁଖ ଜେନେରାଲ ବିପିନ୍ନ ରାୱତ । ପାକ୍‌ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ବିପିନ୍ନ ରାୱତ କହିଛନ୍ତି, ଭାରତୀୟ ସେନାର ଏହି ଆକ୍ରମଣରେ 6 ରୁ 10 ପାକିସ୍ତାନ ସୈନିକ ଏବଂ କେତେକ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ପାକିସ୍ତାନ ସେନା ନିଜର କ୍ଷୟକ୍ଷତି ସମ୍ପର୍କରେ କହିବାକୁ ଚାହୁଁନଥିବା ସେନା ପ୍ରମୁଖ କହିଛନ୍ତି ।

ସେ ଆହୁରି କହିଛନ୍ତି, ଗତ କିଛି ମାସ ହେବ ପାକ୍‌ ପକ୍ଷରୁ ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ ହେଉଛି । କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମରେ ଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଭାରତୀୟ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ରାୱତ କହିଛନ୍ତି । ତେବେ ଭାରତୀୟ ସେନା ଆର୍ଟିଲରୀ ଗନ ଜରିଆରେ ଆତଙ୍କୀ କ୍ୟାମ୍ପ ଧ୍ଵଂସ କରିଥିବା ଜେନେରାଲ ରାଓ୍ଵତ କହିଛନ୍ତି।

Last Updated : Oct 20, 2019, 8:48 PM IST

ABOUT THE AUTHOR

...view details