ଓଡିଶା

odisha

ETV Bharat / bharat

‘ଦେଶରେ ଅଛନ୍ତି 57.3 ପ୍ରତିଶତ ନକଲି ଡାକ୍ତର’ - ନକଲି ଡାକ୍ତର

ଦେଶରେ ଅଭାବ ରହିଛି ଡାକ୍ତରଙ୍କ ସଂଖ୍ୟା । ହେଲେ ଦିନକୁ ଦିନ ନକଲି ବା ଡାକ୍ତରୀ ଶିକ୍ଷା ନଥିବା ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 11, 2019, 7:42 PM IST

ନୂଆଦିଲ୍ଲୀ: ଦେଶରେ ନକଲି ଡାକ୍ତରଙ୍କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଦେଇଛି ଚାଞ୍ଚଲ୍ୟକର ତଥ୍ୟ । ଭାରତରେ 57.3 ପ୍ରତିଶତ ଏଲୋପାଥିକ ଡାକ୍ତରଙ୍କ ପାଖରେ ଡାକ୍ତରୀ ଶିକ୍ଷା ଯୋଗ୍ୟତା ନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ସୂଚନାନୂସାରେ, ପୂର୍ବରୁ ଡବ୍ଲୁଏଚଓ ଏକ ରିପୋର୍ଟ ଜାରି କରିଥିଲା ଯେଉଁଥିରେ 57.3 ପ୍ରତିଶତ ନକଲି ଡାକ୍ତର ଥିଲେ । ଉକ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ଏହି ରିପୋର୍ଟକୁ ଭୁଲ କହି ଗ୍ରହଣ କରିନଥିଲା । ଚଳିତବର୍ଷ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(NMC) ଦ୍ବାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ଜଣାପଡିଛି ଯେ, 57.3 ପ୍ରତିଶତ ଏଲୋପାଥିକ ଡାକ୍ତରଙ୍କ ନିକଟରେ ଡାକ୍ତରୀ ଶିକ୍ଷା ନାହିଁ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର କହବାନୂଯାୟୀ, ଅଧିକାଂଶ ଗ୍ରାମୀଣ ଓ ଗରିବଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଦିଆଯାଉନାହିଁ ଯେଉଁଥିପାଇଁ ସେମାନଙ୍କ ଅବସ୍ଥା ଅଧିକରୁ ଅଧିକ ଖରାପ ହୋଇଯାଉଛି । ଏହି ଘଟଣାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA)ର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଅଗ୍ରଓ୍ବାଲ ଇଟିଭି ଭାରତକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ସରକାର ସମସ୍ତ ଡାକ୍ତରଙ୍କୁ ଏକାସାଙ୍ଗରେ ନୂତନ ଚିକିତ୍ସା ପଦ୍ଧତିର ଅଭ୍ୟାସ କରିବାପାଇଁ ଅନୁମତି ଦିଅନ୍ତି ତେବେ ସ୍ଥିତି ଆହୁରି ଖରାପ ହୋଇଯିବ।

ସେ ଆହୁରି କହିଛନ୍ତି, ଡାକ୍ତର ମାନେ ଗ୍ରାମାଞ୍ଚଳ ମାନଙ୍କୁ ଯିବାକୁ ପସନ୍ଦ କରୁନଥିବା ସରକାରଙ୍କ କହୁଛନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ଭୂଲ ଧାରଣା, ସେମାନଙ୍କୁ ଉପଯୁକ୍ତ ଟଙ୍କା ମିଳୁନାହିଁ ଯେଉଁଥିପାଇଁ ସେମାନେ ଯିବାକୁ ପ୍ରସ୍ତୁତ ହେଉନାହାନ୍ତି । ତେଣୁ ସହରୀ ଡାକ୍ତରଙ୍କ ଠାରୁ ଗାଁ ମାନଙ୍କରେ ନିଯୁକ୍ତ ହେଉଥିବା ଡାକ୍ତରଙ୍କୁ ଅଧିକ ଦରମା ମିଳିବା ଦରକାର । ପ୍ରକୃତରେ ଗ୍ରାମାଞ୍ଚଳ ମାନଙ୍କରେ ସ୍ବାସ୍ଯାବସ୍ଥାକୁ ଅଧିକ ଗୁରୁତ୍ବ ଦେବା ଦରକାର । ସହରୀ ଅଞ୍ଚଳରେ ନିଯୁକ୍ତ କରିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କୁ ଗ୍ରାମାଞ୍ଚଳରେ ଏକ ରୁ ଦୁଇ ବର୍ଷ ଧରି ନିଯୁକ୍ତ କରିବା ଦରକାର ।

ଏହି ଘଟଣାରେ ଉଦାହରଣ ଦେଇ ଡାକ୍ତର ଅଗ୍ରଓ୍ବାଲ କହିଛନ୍ତି, ଯଦି ମୃଦୁ ପାନୀୟ ପେପସି ଓ କୋକାକୋଲା ଗ୍ରାମାଞ୍ଚଳର ପ୍ରତ୍ୟକ ଘରେ ପହଞ୍ଚି ପାରୁଛି ତେବେ ସରକାର ଏମବିବିଏସ ଡାକ୍ତରଙ୍କୁ କାହିଁକି ନିଯୁକ୍ତ କରିପାରିବେନି । ଡବ୍ଲୁଏଚଓ ମୁତାବିକ ଗ୍ରାମାଞ୍ଚଳ ମାନଙ୍କରେ ଅତି କଷ୍ଟରେ 20 ପ୍ରତିଶତ ଡାକ୍ତରୀ ଯୋଗ୍ୟତା ହାସିଲ କରିଛନ୍ତି ।

ABOUT THE AUTHOR

...view details