ଓଡିଶା

odisha

ETV Bharat / bharat

57 ଛୁଇଁଲା ଚମକି ଜ୍ବରରେ ମୃତ୍ୟୁସଂଖ୍ୟା - bihar

57 ଛୁଇଁଲା ଚମକି ଜ୍ବର ମୃତ୍ୟୁସଂଖ୍ୟା । 22 ଦିନ ଭିତରେ ପ୍ରାୟ 53 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ।

ଫଟୋ ସୌଜନ୍ୟ : ଏଏନଆଇ

By

Published : Jun 14, 2019, 12:57 PM IST

ପାଟନା: ଚମକି ଜ୍ବରରେ ମୃତ୍ୟୁ ସଂଖ୍ୟା 57 ଛୁଇଁଛି । ବିହାରର ମୁଜାଫରପୁରରେ ଦିନକୁ ଦିନ ବଢୁଛି ଏହି ରୋଗର ପ୍ରକୋପ । ଅଧିକରୁ ଅଧିକ ଲୋକଙ୍କ ଜୀବନ ନେଉଛି ଏହି ମାରାତ୍ମକ ରୋଗ । 22 ଦିନ ଭିତରେ ପ୍ରାୟ 53 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ।

ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ 47 ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଘରୋଇ କେଜ୍ରିୱାଲ ହସ୍ପିଟାଲରେ 10 ଜଣ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଲୋକଙ୍କୁ ଏଥିରୁ ବର୍ତ୍ତିବା ପାଇଁ ସଚେତନ କରିବା ପାଇଁ ଏକ ବୈଠକ କରାଯାଇଛି ।

ଏହି ମନିଟରିଂ ଟିମରେ 15 ଜଣ ରହିଛନ୍ତି । ଏହାସହ ଉଭୟ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଅଧିକ ବେଡର ବ୍ୟବସ୍ଥା କରାଯାଉଛି ।

ABOUT THE AUTHOR

...view details