ଓଡିଶା

odisha

ETV Bharat / bharat

ଗତବର୍ଷ ହତ୍ୟାର ଶିକାର ହୋଇଛନ୍ତି 56 ସାମ୍ବାଦିକ: ଜାତିସଂଘ - journalists killed report UN

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବଢୁଥିବା ଆକ୍ରମଣ ଓ ହତ୍ୟାକାଣ୍ଡର ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । ଜାତିସଂଘ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ବର୍ଷ 2019ରେ ସାରା ବିଶ୍ବରେ ମୋଟ 56 ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 22, 2020, 2:33 PM IST

ନୂଆଦିଲ୍ଲୀ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ସୁରକ୍ଷିତ ଅସୁରକ୍ଷିତ ହେବାରେ ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପ୍ରୟାସ ସହ ହତ୍ୟା ଓ ବର୍ବରୋଚିତ ଆକ୍ରମଣରୁ ଜାରି ରହିଛି । ସାରା ବିଶ୍ବରେ ଏବେ ସାମ୍ବାଦିକଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗୁଛି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବଢୁଥିବା ଆକ୍ରମଣ ଓ ହତ୍ୟାକାଣ୍ଡର ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । ଜାତିସଂଘ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ବର୍ଷ 2019ରେ ସାରା ବିଶ୍ବରେ ମୋଟ 56 ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି।

ବର୍ଷ 2018 ତୁଳନାରେ ଏହା ଦୁଇଗୁଣା କମ ହୋଇଥିବା ଜାତିସଂଘ ସଚିବ ଆଣ୍ଟେନିଓ ଗୁଟେରିସ ଜଣାଇଛନ୍ତି। ସୋମବାର ୟୁଏନ ପକ୍ଷରୁ ‘ୟୁନିସ୍କୋ ଅବଜରଭେଟୋରି ଅଫ୍‌ କିଲ୍‌ଡ ଜର୍ଣ୍ଣାଲିଷ୍ଟ’ରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ 2010ରି 2019 ମଧ୍ୟରେ ମୋଟ 894 ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ସୂଚିତ କରାଯାଇଛି । ଏହି ରିପୋର୍ଟ ଆଧାରରେ ଜଣାଯାଉଛି ଯେ, ବର୍ଷକୁ ପାଖାପାଖି 90 ଜଣ ସାମ୍ବାଦିଙ୍କୁ ହତ୍ୟା କରାଯାଉଛି।

ସାରା ବିଶ୍ବରେ ସାମ୍ବାଦିକଙ୍କୁ ଆକ୍ରମଣ ଓ ହତ୍ୟା ଖବର ଆସୁଥିବା ବେଳେ ଲାଟିନ ଆମେରିକା ଓ କାରବିୟାନରେ ଏହି ଘଟଣା ସର୍ବାଧିକ ରହିଛି । ଏହି ଦୁଇଟି ସ୍ଥାନରେ 22 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି, ଯାହା ସର୍ବାଧିକ। ସେହିପରି ଏସୀୟ-ପ୍ରଶାନ୍ତୀୟ କ୍ଷେତ୍ରରେ 15 ଓ ଆରବ ଦେଶରେ 10 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି।

ଏହି ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ, ହିଂସା, ସଂଘର୍ଷ, ଆଞ୍ଚଳିକ ରାଜନୈତିକ ଖବର ସଂଗ୍ରହ, ଦୁର୍ନୀତି ଓ ଅପରାଧ ସମ୍ପର୍କିତ ଖବର ସଂଗ୍ରହ ସମୟରେ ସାମ୍ବାଦିକ ମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥାନ୍ତି। ସାମ୍ବାଦିକଙ୍କୁ ଆକ୍ରମଣର ଏହି ଦୃଶ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗମ୍ଭୀର ବିଷୟ ବୋଲି କହିଛନ୍ତି ୟୁନିସ୍କୋ ମହାନିର୍ଦ୍ଦେଶକ ଆଉଡ୍ରୋ ଆଜୁଉଲେଏ । ୟୁନିସ୍କୋ ଏହି ଏହି ଭଳି ଘଟଣାରେ ବ୍ୟଥିତ ଓ ହତଚକିତ ବୋଲି ସେ କହିଛନ୍ତି।

ABOUT THE AUTHOR

...view details