ନୂଆଦିଲ୍ଲୀ: ଦିଲ୍ଲୀର ଚାନ୍ଦନୀ ମହଲ ଅଞ୍ଚଳର 13 ମସଜିଦରେ ପ୍ରାୟ 102ଜଣ ଲୋକ ରହୁଛନ୍ତି । ସେମାନଙ୍କ ମଧ୍ୟରୁ 52 ଜଣ କୋରୋନା ସଂକ୍ରମିତ । ଏମାନଙ୍କ ମଧ୍ୟରୁ ଅନେକ ତବଲିଗୀ ଜମାତରେ ଭାଗ ନେଇଥିଲେ ।
ଦିଲ୍ଲୀର 13 ମସଜିଦର 52 ଜଣ କୋରୋନା ସଂକ୍ରମିତ - corona positive in delhi
ଦିଲ୍ଲୀର ଚାନ୍ଦନୀ ମହଲ ଅଞ୍ଚଳର 13 ମସଜିଦରେ ପ୍ରାୟ 102ଜଣ ଲୋକ ରହୁଛନ୍ତି । ସେମାନଙ୍କ ମଧ୍ୟରୁ 52 ଜଣ କୋରୋନା ସଂକ୍ରମିତ । ଏମାନଙ୍କ ମଧ୍ୟରୁ ଅନେକ ତବଲିଗୀ ଜମାତରେ ଭାଗ ନେଇଥିଲେ ।

ଅଧିକାରୀଙ୍କ ମତରେ, ଗତ 5 ଦିନ ମଧ୍ୟରେ ଚାଲିଥିବା ତୀବ୍ର ଅଭିଯାନରେ ସରକାରୀ ଏଜେନ୍ସି 13 ଟି ମସଜିଦରେ ବିଦେଶୀ ସମେତ 102 ଜଣ ଲୋକ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ। ତଦନ୍ତ ପରେ ସେମାନଙ୍କ ମଧ୍ୟରୁ 52 ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଅଲଗା ଅଲଗା କେନ୍ଦ୍ରକୁ ପଠାଯାଇଥିବାର ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସରେ ପ୍ରଭାବିତ 30ଟି ସ୍ଥାନର ଚିହ୍ନଟ କରିଛନ୍ତି । ଏଥିରେ ଚାନ୍ଦିନୀ ମହଲ ମଧ୍ୟ ସାମିଲ ରହିଛି । ଗତ 4 ଦିନ ମଧ୍ୟରେ କୋରୋନା ସଂକ୍ରମଣରେ ମଧ୍ୟ ଦିଲ୍ଲୀରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି ।
ଚାନ୍ଦନୀ ମହଲକୁ ସଂକ୍ରମଣରୁ ମୁକ୍ତ କରିବା ପାଇଁ ସରକାର ଅଭିଯାନ ଚଳାଇଛନ୍ତି ଏବଂ ଧାର୍ମିକ ସ୍ଥାନରେ ବହୁ ସଂଖ୍ୟକ ଲୋକ ମିଳିବା ପରେ ବ୍ୟାପିଥିବା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି।