ଓଡିଶା

odisha

By

Published : Dec 4, 2019, 10:01 AM IST

ETV Bharat / bharat

17,900 କୋଟିର ଠକେଇ କରି 51 ଆର୍ଥିକ ଅପରାଧୀ ଫେରାର

ବିଜୟ ମାଲ୍ୟା ଏବଂ ନୀରବ ମୋଦି ଭଳି 51 ଜଣ ଆର୍ଥିକ ଅପରାଧୀ ମୋଟ 17,900 କୋଟି ଟଙ୍କାର ଠକେଇ କରିଥିବା ମଙ୍ଗଳବାର ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ।

anurag singh thakur
ଫାଇଲ ଫଟୋ

ନୂଆଦିଲ୍ଲୀ: ବଡ ଧରଣର ଅର୍ଥ ହେରଫେର ପରେ ଦେଶ ଛାଡି ପଳାଇଛନ୍ତି 51 ଜଣ ଆର୍ଥିକ ଅପରାଧୀ । ବିଜୟ ମାଲ୍ୟା ଏବଂ ନୀରବ ମୋଦି ଭଳି 51 ଜଣ ଆର୍ଥିକ ଅପରାଧୀ ମୋଟ 17,900 କୋଟି ଟଙ୍କାର ଠକେଇ କରିଥିବା ମଙ୍ଗଳବାର ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି ।

‘ପଳାତକ ଆର୍ଥିକ ଅପରାଧୀ’ ସଂପର୍କିତ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ସେ କହିଛନ୍ତି, 51 ଜଣ ଆର୍ଥିକ ଅପରାଧୀ ଜାଲିଆତି କରି ଦେଶ ଛାଡି ପଳାଇଛନ୍ତି । ସେମାନଙ୍କ ବିରୋଧରେ ମୋଟ 66ଟି ମାମଲା ରୁଜୁ ହୋଇଛି । ତେବେ ସିବିଆଇ ଏହି ସବୁ ମାମଲାର ତଦନ୍ତ କରୁଥିବା ସେ କହିଛନ୍ତି ।

ଆର୍ଥିକ ସେବା ବିଭାଗର ତଥ୍ୟ ଅନୁସାରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ଏମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ, ୨୦୧୮ ଆଧାରରେ ଅଦାଲତରେ ୧୦ ଅଭିଯୁକ୍ତଙ୍କ ବିରୋଧରେ ଆବେଦନ କରିଛି। 8 ବ୍ୟକ୍ତିଙ୍କ ପାଇଁ ଇଡି ଦ୍ଵାରା ପଠାଯାଇଥିବା ପ୍ରତ୍ୟାର୍ପଣ ଅନୁରୋଧ ସମ୍ବନ୍ଧରେ ଇଣ୍ଟରପୋଲ୍ ଦ୍ଵାରା ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details