ଓଡିଶା

odisha

ETV Bharat / bharat

ଆସନ୍ତା 10 ଦିନରେ ହାଇଦ୍ରାବାଦରେ 50 ହଜାର କୋରୋନା ଟେଷ୍ଟ

ଆସନ୍ତା ଦଶଦିନ ମଧ୍ୟରେ ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ଭିକାରାବାଦ, ମେଡଚେଲ ଓ ସାଙ୍ଗାରେଡି ଜିଲ୍ଲାର 30ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ​​50ହଜାର କୋରୋନା ଟେଷ୍ଟ କରାଯିବ । ଏନେଇ ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 15, 2020, 10:42 AM IST

ଆସନ୍ତା ଦଶଦିନରେ ହାଇଦ୍ରାବାଦରେ 50ହଜାର କୋରୋନା ଟେଷ୍ଟ
ଆସନ୍ତା ଦଶଦିନରେ ହାଇଦ୍ରାବାଦରେ 50ହଜାର କୋରୋନା ଟେଷ୍ଟ

ହାଇଦ୍ରାବାଦ: ଆସନ୍ତା ଏକ ସପ୍ତାହରୁ ଦଶଦିନ ମଧ୍ୟରେ ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ଭିକାରାବାଦ, ମେଡଚେଲ ଓ ସାଙ୍ଗାରେଡ୍ଡୀ ଜିଲ୍ଲାର 30ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ​​50ହଜାର କୋରୋନା ଟେଷ୍ଟ କରାଯିବ । ଏନେଇ ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ, ‘ହାଇଦ୍ରାବାଦ ଓ ଏହାର ଆଖପାଖ ଅଞ୍ଚଳରେ କୋରୋନା ରୋକିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ 30ଟି ବିଧାନସଭା କ୍ଷେତ୍ରରେ 50ହଜାର କୋରୋନା ଟେଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ହାଇଦ୍ରାବାଦ, ରଙ୍ଗାରେଡି, ଭିକାରାବାଦ, ମେଡଚେଲ ଓ ସାଙ୍ଗାରେଡି ଜିଲ୍ଲାରେ ଆସନ୍ତା ଏକ ସପ୍ତାହରୁ ଦଶ ଦିନ ମଧ୍ୟରେ ଏହି ପରୀକ୍ଷଣ କରାଯିବ । ’

ସେହିପରି ଘରୋଇ ଡାକ୍ତରଖାନା ଓ ପରୀକ୍ଷା ଲ୍ୟାବଗୁଡିକରେ କୋରୋନା ପରୀକ୍ଷଣ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ବଦେଇ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରବିବାର କୋରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଏହି ବୈଠକରେ ମେଡିକାଲ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର, ମୁଖ୍ୟ ଶାସନ ସଚିବ ସୋମଶ କୁମାର, ସିଏମଓ ମୁଖ୍ୟ ଶାସନ ସଚିବ ଏସ ନରସିଂ ରାଓ, ସଚିବ ରାଜଶେଖର ରେଡ୍ଡୀ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନାରେ ଭୂତାଣୁ ସଂକ୍ରମଣ କମ ରହିଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି । ମୃତ୍ୟୁହାର କମିଥିବା ବେଳେ ସୁସ୍ଥହାର ମଧ୍ୟ ବଢିଥିବା ଅଧିକାରୀମାନେ ଉଲ୍ଲେଖ କରିଛନ୍ତି । ରାଜ୍ୟର ଅନ୍ୟ ଅଞ୍ଚଳକୁ ଛାଡିଦେଲେ ହାଇଦ୍ରାବାଦ, ରଙ୍ଗାରେଡି ଓ ମେଡଚେଲ ଜିଲ୍ଲାରେ ଅଧିକ ପଞ୍ଜୀକୃତ ପଜିଟିଭ ଆକ୍ରାନ୍ତ ରହିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ତିନି ଜିଲ୍ଲା ପରେ ସାଙ୍ଗାରେଡି ଏବଂ ବିକାରବାଦ ଜିଲ୍ଲା ରହିଥିବା ସେମାନେ କହିଛନ୍ତି । ତେଣୁ ହାଇଦ୍ରାବାଦ ଓ ଏହା ପାଖାପାଖି ଚାରିଟି ଜିଲ୍ଲା ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପାଞ୍ଚଟି ଜିଲ୍ଲାର 30 ଟି ବିଧାନସଭା ବିଭାଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ କମ ରହିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ରୂପେ ଆସନ୍ତା ଦଶ ଦିନ ମଧ୍ୟରେ ଉପ୍ପଲ, ଏଲବିନଗର, ମହେଶ୍ବରମ, ଇବ୍ରାହିମପାଟନମ୍, ରାଜେନ୍ଦ୍ରନଗର, ସେରି ଲିଙ୍ଗମପଲ୍ଲୀ, ଚେଭେଲ୍ଲା, ପରଗି, ବିକାରାବାଦ, ତଣ୍ଡୋର, ମେଡଚେଲ, ମାଲକଜଗିରି, କୁତବଲପୁର, କୁକଟପଲ୍ଲୀ, ମାଲକପେଟ, ଆମ୍ବରପେଟ, ମୁଶିରାବାଦ, ଖୈରତାବାଦ, ଜୁବଲିହିଲସ, ସନତ ନଗର, ନାମପଲ୍ଲୀ, କାରାୱାନ, ଘୋଶମହଲ, ଚାରମିନାର, ଚନ୍ଦ୍ରୟାନୁଟ୍ଟା ଓ ପାଟାନଚେରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ କୋରୋନା ପରୀକ୍ଷା କରାଯିବ ।

ଏହାସହ ଘରୋଇ ଲ୍ୟାବ ଓ ଡାକ୍ତରଖାନା ଗୁଡିକୁ ଉପଯୋଗ କରି ସେଠାରେ କୋରୋନା ରୋଗୀଙ୍କ ଚିକିତ୍ସାକୁ ସରକାର ଗୁରୁତ୍ବ ଦେଇଛନ୍ତି । ଏହା ସହ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଯଦି କୌଣସି ଗୁରୁତର ଲକ୍ଷଣ ନଥାଏ । ସେପରି କ୍ଷେତ୍ରରେ ହୋମ କ୍ବାରେଣ୍ଟାଇନରେ ରଖିବାକୁ କୁହାଯାଇଛି ।

ଲୋକମାନେ ଭୟଭୀତ ହେବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତଥାପି ସମସ୍ତେ ବ୍ୟକ୍ତିଗତ ସ୍ବଚ୍ଛତା ଓ ସତର୍କତା ଅବଲମ୍ବନ କରିବା ଉଚିତ । ବିଶେଷକରି ବୟସ୍କମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ରହିଥିବା ଲୋକମାନ ମଧ୍ୟ ସତର୍କ ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର କୋରୋନା ପଜିଟିଭ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ରହିଥିବା ସେ ଉଲ୍ଲେଖକରିଛନ୍ତି । ଅପରପକ୍ଷେ ଟେଷ୍ଟିଂ କିଟ୍, ପିପିଇ କିଟ, ଭେଣ୍ଟିଲେଟର, ଆଇସିୟୁ ବେଡ, ମାସ୍କ ଆଦି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ରହିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ତେଲେଙ୍ଗାନାରେ 4,974 କୋରୋନା ପଜିଟିଭ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

@ANI

ABOUT THE AUTHOR

...view details