ଓଡିଶା

odisha

ETV Bharat / bharat

ଅଣନିଶ୍ବାସୀ ଦିଲ୍ଲୀବାସୀ, ପୁଣି 500 ପାର କଲା ବାୟୁର ମାନ

ଅସ୍ବାସ୍ଥ୍ୟକର ପରିବେଶରେ କଲବଲ ଦିଲ୍ଲୀବାସୀ । ଧୂଳି, ଧୂଆଁରେ ହୋଇପଡୁଛନ୍ତି ଅଣନିଶ୍ବାସୀ । ଆଜି ପୁଣି ବାୟୁର ମାନ 500 ପାର କରିଛି । ଅଧିକ ପଢନ୍ତୁ...

By

Published : Nov 16, 2019, 12:28 PM IST

Air Quality Index (AQI) of Delhi

ନୂଆଦିଲ୍ଲୀ: କମୁନି ଦିଲ୍ଲୀର ପ୍ରଦୂଷଣ । ପୁଣି ବଢିଲା ଏକ୍ୟୁଆଇର ମାନ । ଆଜି ରାଜଧାନୀର ବାୟୁ ସ୍ତର 500ରେ ପହଞ୍ଚିଛି । ଧୂଆଁ, ଧୂଳିର ପରିବେଶରେ ଗମ୍ଭୀର ହେଉଛି ଏନସିଆର ସ୍ଥିତି । ବିଷ ବଳୟ ବାୟୁମଣ୍ଡଳରେ ଅଣାନିଶ୍ବାସୀ ହୋଇପଡୁଛନ୍ତି ଦିଲ୍ଲୀବାସୀ । ନୋଏଡାରେ ବାୟୁସ୍ତର 500ରେ ପହଞ୍ଚିଥିବାବେଳେ ଗୁରୁଗାଁଓରେ 642 ରହିଛି । ସେହିପରି ଗ୍ରେଟର ନୋଏଡାରେ ବାୟୁରମାନ 399 ରେକର୍ଡ କରାଯାଇଛି ।

ଅନ୍ୟପଟେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ କୌଣସି ସୁଧାର ଆସୁନଥିବାରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଯୁଗ୍ମ-ଅଯୁଗ୍ମ ଫର୍ମୂଲା ପ୍ରଦୂଷଣ ରୋକିବାରେ ମୁକାବିଲା କରିପାରୁନାହିଁ । ଯଥୋଚିତ ଏଥିପାଇଁ ଅନ୍ୟ ଏକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହି ସଙ୍କଟରୁ ପାର ହେବାକୁ ହେଲେ ଏୟାର ଫ୍ୟୁରିଫାଇଂ ଟାୱାର ସ୍ଥାପନା କରିବା ସହ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଯୁଗ୍ମ-ଅଯୁଗ୍ମ ନିୟମକୁ ଅପରିପକ୍ବ ମଧ୍ୟ ଦର୍ଶାଇଛନ୍ତି ।

ସୂଚନାଯୋଗ୍ଯ, ଗତ କିଛିଦିନ ପୂର୍ବରୁ ନାସା ମଧ୍ୟ ଏକ ଫଟୋ ଜରିଆରେ ଦିଲ୍ଲୀ ପ୍ରଦୂଷଣର ସ୍ଥିତି ବିଷୟରେ ଦର୍ଶାଇଥିଲା । ଯେଉଁଥିରେ ପଞ୍ଜାବ, ହରିୟାଣା ଭଳି ସହରରେ ଶସ୍ୟ ପୋଡାଜଳା ଘଟଣାରୁ ହିଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ତେବେ ଗତକାଲି ଦିଲ୍ଲୀରେ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ଫର୍ମୂଲାର ଶେଷଦିନ ଥିଲା । ଯଦି ଆଗାମୀ ଦିନରେ ବାୟୁମଣ୍ଡଳରେ କୌଣସି ସୁଧାର ନଆସେ ତେବେ ପୁଣି ନିୟମ ଲାଗୁ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ABOUT THE AUTHOR

...view details