ଓଡିଶା

odisha

By

Published : Oct 29, 2019, 9:23 AM IST

ETV Bharat / bharat

ଦୀପାବଳି ଚଢାଉ: 10 ହଜାର କେଜିରୁ ଊର୍ଦ୍ଧ୍ବ ବାଣ ଜବତ, 500 ଗିରଫ

ଦୀପାବଳି ଅବସରରେ ବିଭିନ୍ନ ସ୍ଥାନରୁ ପ୍ରାୟ 500 ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ବାଣ ବ୍ୟବସାୟୀଙ୍କ ଠାରୁ ପ୍ରାୟ 10 ହଜାର କେଜିର ବିସ୍ଫୋଟକ ଜବତ କରିଛି । ଏହା ସହିତ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ବୁଲି ବୁଲି କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମିଷ୍ଟାନ ବଣ୍ଟନ କରିଥିଲେ ।

ଫଟୋ ସୌଜନ୍ୟ: IANS

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୁଷଣ ରୋକିବାକୁ ଦୀପାବଳି ପାଇଁ କଡ଼ା ନିୟମ ପ୍ରଣୟନ କରିଥିଲେ ସୁପ୍ରିମ କୋର୍ଟ । ଏହି ନିୟମ ବଳରେ ଦୀପାବଳିର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଦିଲ୍ଲୀ ପୋଲିସ ଏହି ଚଢାଉ କରି ପାଖାପାଖି 5 ଶହ ଜଣଙ୍କୁ ଗିରଫ କରିବା ସହିତ 10 ହଜାରରୁ ଊର୍ଦ୍ଧ୍ବ ବାଣ ଜବତ କରିଛି । ସେପଟେ ଦିଲ୍ଲୀ ପୋଲିସ କମିଶନର ଏହାର ତଦାରଖ କରିବା ସହିତ ବୁଲି ବୁଲି ଦୀପାବଳିରେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ମିଷ୍ଟାନ ବଣ୍ଟନ କରିବା ସହିତ ଶୁଭେଚ୍ଛା ମଧ୍ୟ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: IANS

ଏନେଇ ଦିଲ୍ଲୀ ପୋଲିସ ମୁଖ୍ୟାଳୟର ମୁଖପାତ୍ର ଅନୀଲ ମିତ୍ତଲ କହିଛନ୍ତି କି, ଦୀପାବଳିର କିଛି ଦିନ ପୂର୍ବରୁ ଏବଂ ଦୀପାବଳିର ଧାର୍ଯ୍ୟ ସୀମା ପରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏପରିକି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜେ ମଧ୍ୟ ଦୀପାବଳି ରାତି ପ୍ରାୟ 9ଟାପରେ ନିଜେ ରାଜରାସ୍ତାକୁ ଆସି ତଦାରଖ କରିଥିଲେ ।

ଫଟୋ ସୌଜନ୍ୟ: IANS

କମିଶନର ପଟ୍ଟନାୟକ ସୁରକ୍ଷା ବ୍ୟବସ୍ଥା, ଗଣ୍ଡଗୋଳ, ଏପରିକି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ, ସେଥିପ୍ରତି ଖୋଦ ବ୍ୟବସ୍ଥାର ତଦାରଖ କରିଥିଲେ । ଏହି ସମୟରେ ସେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମିଠା ବଣ୍ଟନ କରିବା ସହିତ ସେମାନଙ୍କୁ ଦୀପାବଳି ଶୁଭେଚ୍ଛା ଦେଇଥିଲେ ।

ଏହି ସମୟରେ ସେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗ, ଆଇପି ଇଷ୍ଟେଟ, ସେଣ୍ଟ୍ରାଲ ଦିଲ୍ଲୀର ପୋଲିସ ନିୟନ୍ତ୍ରଣ କକ୍ଷ, ପୋଲିସ ମୁଖ୍ୟାଳୟ, ନୂଆଦିଲ୍ଲୀର କନ୍ନଟ ପ୍ୟାଲେସ, ପୂର୍ବ ଦିଲ୍ଲୀ, ଚିଲ୍ଲା ପୋଲିସ ପିକେଟ, ହାଇଦରପୁର ଭଳି ଅନେକ ସ୍ଥାନ ପରିଦର୍ଶନ କରିଥିଲେ ।

ଫଟୋ ସୌଜନ୍ୟ: IANS
ତେବେ ଏହି ଚଢାଉ ସମୟରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି 500 ନିୟମ ଖିଲାପକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହା ସହିତ ଦିଲ୍ଲୀର ବିଭିନ୍ନ ଥାନାରେ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ 315 ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସେହିଭଳି ବାଣ ଫୁଟାଇବା ଅଧିନିୟମ ଆନୁଯାୟୀ 56 ମାମଲା ରୁଜୁ ହୋଇଥିବା ବେଳେ 44 ଲୋକଙ୍କୁ ଗିରଫ କରାଯାଇଛି ।

ସେପଟେ ବେଆଇନ ବାଣ ବ୍ୟବସାୟ କରୁଥିବା ଲୋକମାନଙ୍କ ଠାରୁ ପ୍ରାୟର 10 ହଜାର କେଜିର ବାଣକୁ ଜବତ କରିଥିବା ଦିଲ୍ଲୀ ପୋଲିସ ମୁଖ୍ୟାଳୟର ମୁଖପାତ୍ର ଶ୍ରୀ ମିତ୍ତଲ କହିଛନ୍ତି ।

ABOUT THE AUTHOR

...view details