ନୂଆଦିଲ୍ଲୀ: ଅକ୍ଟୋବର 2ରୁ ଆରମ୍ଭ ହେବାକୁ ଯାଉଛି ନୋ ସିଙ୍ଗଲ ୟୁଜ ଅଫ ପ୍ଲାଷ୍ଟିକ । ଏହି ନୂତନ ଅଭିଯାନ ଆରମ୍ଭ ହେବାରୁ ନୂଆଦିଲ୍ଲୀରେ କଟକଣାକୁ କଡାକଡି କରାଯାଇଛି। ନବରାତ୍ରୀର ପ୍ରଥମ ଦିନରେ ଆୟୋଜିତ ହୋଇଥିବା ଅନ୍ନଛତ୍ର ଉପରେ 50 ହଜାର ଟଙ୍କାର ଚାଲାଣ କଟାଯାଇଛି।
ମହଙ୍ଗା ପଡିଲା ପ୍ଲାଷ୍ଟିକ ବ୍ୟବହାର, ଗଣିଲେ 50 ହଜାର ତଣ୍ଡ - ମହଙ୍ଗା ପଡିଲା ପ୍ଲାଷ୍ଟିକ ବ୍ୟବହାର
ପ୍ଲାଷ୍ଟିକ ବ୍ୟବହାରକୁ ନେଇ କଟିଲା ଚାଲାଣ । ନୂଆଦିଲ୍ଲୀ ନଗର ନିଗମ ପକ୍ଷରୁ ଏକ ଅନ୍ନଛତ୍ର କମିଟି ଉପରେ 50 ହଜାର ଟଙ୍କାର ଚାଲାଣ କଟାଯାଇଛି ।
ଅନ୍ନଛତ୍ରରେ ପ୍ଲାଷ୍ଟିକ ଗ୍ଲାସ ଓ ଥର୍ମୋକୋଲର ବ୍ୟବହାର କରାଯାଇଥିବାର ଜାଣିବାକୁ ପାଇଥିଲେ ଦକ୍ଷିଣ ଦିଲ୍ଲୀ ନଗର ନିଗମ ଅଧିକାରୀ । ଯାହାକୁ ନେଇ ଅନ୍ନଛତ୍ରର କମିଟିଙ୍କ ଉପରେ 50 ହଜାର ଟଙ୍କାର ଚାଲାଣ କଟାଯାଇଛି । ତେବେ ଅନ୍ନଛତ୍ରର ଆୟୋଜନ କରୁଥିବା ବ୍ୟକ୍ତିଙ୍କ ନାମ ବିନୋଦ କୁମାର ।
ସୂଚନାଯୋଗ୍ୟ,ଦେଶରେ ପ୍ଲାଷ୍ଟିକ ବ୍ୟାନ ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିବା ପରେ ଅଗଷ୍ଟ 15ରୁ ନୂଆଦିଲ୍ଲୀରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ କଟକଣା କରାଯାଇଛି । ସେପଟେ, ଲୋକଙ୍କୁ ସଚେତନା କରିବା ନେଇ ଏଭଳି ଚାଲାଣ କଟାଯାଉଥିବାର ନିଗମ ଅଧିକାରୀ କହିଛନ୍ତି ।