ଓଡିଶା

odisha

ETV Bharat / bharat

ମୋଦିଙ୍କ ବିରୋଧରେ ନାମାଙ୍କନ ଭରିଲେ ୫୦ ଚାଷୀ - farmers

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରୁ ତେଲେଙ୍ଗାନାର ୫୦ ଜଣ ଚାଷୀ ନାମାଙ୍କନ ଦାଖଲ କରିଛନ୍ତି । ଏହି ୫୦ ଜଣ ଚାଷୀ ସ୍ବାଧୀନ ପ୍ରାର୍ଥୀ ଭାବେ ମୋଦିଙ୍କୁ ଟକ୍କର ଦେବେ ।

ଡିଜାଇନ ଫଟୋ

By

Published : Apr 28, 2019, 7:08 PM IST

ବାରାଣାସୀ: ସ୍ବାଧୀନତା ପରଠୁ ଦେଶର କୃଷି କ୍ଷେତ୍ରରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ। ଏଯାଏ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିନାହିଁ । ଫସଲର ଉଚିତ ମୂଲ୍ୟ, କ୍ଷୟକ୍ଷତିର ଭରଣପୋଷଣ ସହ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଆଦି ଦେଶରେ ଏକ ଉତ୍କଟ ସମସ୍ୟା ରୂପେ ଦେଖା ଦେଇଛି । ଏହାର ସମାଧାନ ପାଇଁ ୟୁପିଏ ଓ ଏନଡିଏ ସରକାର କୌଣସି ବଡ ପଦକ୍ଷେପ ନେଇ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରୁ ତେଲେଙ୍ଗାନାର ୫୦ ଜଣ ଚାଷୀ ନାମାଙ୍କନ ଦାଖଲ କରିଛନ୍ତି ।

ଏହି ୫୦ ଜଣ ଚାଷୀ ସ୍ବାଧୀନ ପ୍ରାର୍ଥୀ ଭାବେ ମୋଦିଙ୍କୁ ଟକ୍କର ଦେବେ । ଏହି ନାମାଙ୍କନ ଅବସରରେ ଚାଷୀମାନେ କହିଛନ୍ତି ଯେ, ଆମେ କାହାକୁ ବିରୋଧ କରୁନାହୁଁ । ଆମେ କେବଳ ନିଜ ଅସୁବିଧା ଗୁଡିକ ଲୋକଲୋଚନକୁ ଆଣିବାକୁ ଚାହୁଁଛୁ। ଏହି ଚାଷୀମାନେ ହଳଦି ଚାଷ କରନ୍ତି।

ଏହି ଚାଷୀମାନେ ହଳଦି ବୋର୍ଡ ଗଠନ କରିବାକୁ ଦାବି କରୁଛନ୍ତି । ଏହାସହ ହଳଦିର ସର୍ବନିମ୍ନ ମୂଲ୍ୟ ୧୫୦୦୦ ଟଙ୍କା ପ୍ରତି କ୍ବିଣ୍ଟାଲ କରିବାକୁ ଦାବି କରୁଛନ୍ତି । ସେମାନଙ୍କ ଅଭିଯୋଗ ବିଜେପି ଓ ୟୁପିଏ ସରକାର ତାଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ମଧ୍ୟ ତାଙ୍କ ଦାବି ପ୍ରତି ଧ୍ୟାନ ଦେଉ ନାହାଁନ୍ତି । ତେଣୁ ବାରାଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢି ନିଜ ଦାବିଗୁଡିକ ବିଷୟରେ ଧ୍ୟାନ ଆକର୍ଷଣ କରିବାକୁ ଏହି ଚାଷୀମାନେ ଚାହାଁନ୍ତି ବୋଲି ସୂଚନା ମିଳିଛି।

ତେବେ ଦେଶର ହାଇପ୍ରୋଫାଇଲ ଆସନ ବାରଣାସୀରୁ ମୋଦିଙ୍କ ବିରୋଧରେ ଲଢୁଥିବା ଏହି ଚାଷୀମାନେ ନିର୍ବାଚନକୁ କେତେ ପ୍ରଭାବିତ କରିପାରୁଛନ୍ତି ଦେଖିବାକୁ ବାକି ରହିଲା ।

ABOUT THE AUTHOR

...view details