ଓଡିଶା

odisha

ETV Bharat / bharat

ଲକଡାଉନ୍ କାରଣରୁ 50 ପ୍ରତିଶତ ପିଲାଙ୍କ ଟିକା କରଣ ପ୍ରଭାବିତ: ସର୍ଭେ - vaccination

କୋଭିଡ-19ରେ ଲକଡାଉନ ହେତୁ ସାରା ଦେଶରେ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ 50 ପ୍ରତିଶତ ପିଲାଙ୍କୁ ମାତା-ପିତା ଟିକା ଦେବାରେ ସକ୍ଷମ ହୋଇ ନାହାଁନ୍ତି । ଏନଜିଓ CRY(ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି | ଅଧିକ ପଢନ୍ତୁ...

vaccination due to lockdown survey
vaccination due to lockdown survey

By

Published : May 13, 2020, 1:07 AM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ମହାମାରୀର ପ୍ରାଦୁର୍ଭାବ ଜାରି ରହିଛି । ସାରା ଦେଶରେ ଲକଡାଉନ ଜାରି ରହିଛି । ଏହି କୋଭିଡ -19ରେ ଲକଡାଉନ ହେତୁ ସାରା ଦେଶରେ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ 50 ପ୍ରତିଶତ ପିଲାଙ୍କୁ ମାତା-ପିତା ଟିକା ଦେବାରେ ସକ୍ଷମ ହୋଇ ନାହାଁନ୍ତି । ଏନଜିଓ CRY(ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଏନଜିଓ CRY ଦ୍ବାରା 22ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ଅନଲାଇନ୍ ଅଧ୍ୟୟନ କରି ପିଲାମାନଙ୍କ ଉପରେ ମହାମାରୀର ବିଭିନ୍ନ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଲକଡାଉନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିଲା । ଦେଶର ପ୍ରାୟ 1100 ଅଭିଭାବକ ଅଂଶଗ୍ରହଣ କରି ପ୍ରଶ୍ନର ଉତ୍ତର ଦେଇଥିଲେ ।

ଅଧ୍ୟୟନ ଅନୁଯାୟୀ, ଟୀକାକରଣ ଅଭିଯାନ ଦେଶର ସମସ୍ତ ଅଞ୍ଚଳରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଉତ୍ତର ପ୍ରଦେଶରେ ଏହି ସର୍ଭେରେ ଅଂଶଗ୍ରହଣ କରିଥିବା 63% ଲୋକ ଟୀକାକରଣ କରିନପାରିଥିବା କହିଛନ୍ତି । ସର୍ବେକ୍ଷଣର ନିଷ୍କର୍ସ ଅନୁଯାୟୀ, କେବଳ ଅଧା ପିତାମାତା (51 ପ୍ରତିଶତ) ନିଜ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟୀକା ଦେବାରେ ସକ୍ଷମ ହୋଇପାରିଛନ୍ତି ।

ABOUT THE AUTHOR

...view details