ଓଡିଶା

odisha

ETV Bharat / bharat

ଡିହାଇଡ୍ରେସନରୁ ମୁକ୍ତି ପାଇଁ ଖରାଦିନେ ପିଅନ୍ତୁ ଏହି 5ଟି ଜୁସ...

ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ। ଟାଇଁଟାଇଁ ଖରା ସାଙ୍ଗକୁ ଝାଞ୍ଜି ପବନ ଅସହ୍ୟ ହେଲାଣି । ତେଣୁ ଏହି ମାସରେ ଅତ୍ୟଧିକ ଦୁର୍ବଳ ଲାଗିବା ସହ ଦେହ ମୁହଁ ଶୁଷ୍କ ପଡିଯାଏ । ଅତ୍ୟଧିକ ଖରାଯୋଗୁଁ ହିଟ୍ ଷ୍ଟ୍ରୋକ୍ ସହ ଗରମ ଯୋଗୁଁ ଲୁ ଲାଗିଥାଏ । ତେବେ ଖରାଦିନେ 5ଟି ଜୁସ ପିଇ ରହନ୍ତୁ କୁଲ୍...

By

Published : Apr 16, 2019, 7:27 PM IST

ଫାଇଲ ଫଟୋ

ଏହିଦିନେ ଡିହାଇଡ୍ରେସନ ହେବା ମୁଖ୍ୟ ସମସ୍ୟା ହୋଇଥାଏ । ଅତ୍ୟଧିକ ଶୋଷ ଲାଗିବା ସହ ଶରୀର ହୋଇଯାଏ ନିସ୍ତେଜ । ତେବେ ଖରାଦିନେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଟିପ୍ସ ।

ନିଜକୁ ଲୁ ରୁ ରକ୍ଷା କରିବା ପାଇଁ ପ୍ରଥମେ ପିଆଜ ରସ ପିଅନ୍ତୁ । ଆୟୁର୍ବେଦରେ ମଧ୍ୟ କୁହାଯାଇଛି କି ପିଆଜର ମଧ୍ୟ ଅନେକ ଗୁଡିଏ ଔଷଧୀୟ ଗୁଣ ରହିଛି । ଯାହା ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରେ । ତେଣୁ କାନ, ଛାତି ଓ ପାଦରେ ଗୋଚିଏ ପିଆଜ ରଖନ୍ତୁ । ଯଦି ଆପଣ ପ୍ରତିଦିନ ଗୋଟିଏ ଚାମଚ ପିଆଜ ରସ ମହୁ ସହ ମିଶାଇ ପିଅନ୍ତି ତେବେ ବହୁତ ଆରାମ ମିଳିବ ।

ସେହିପରି ମୁଗଡାଲିରେ ଲୁ’ ପ୍ରତିରୋଧ କରିବାର କ୍ଷମତା ରହିଛି । ପ୍ରଥମେ ଏହି ଡାଲିକୁ 1 ରୁ 2 କପ ପାଣିରେ ଗରମ କରନ୍ତୁ । ପାଣି ଅଧା ହୋଇ ଆସିଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହି ପାଣିକୁ ଖରାଦିନେ ପ୍ରତିଦିନ ପିଅନ୍ତୁ ।

କଇଁଆ ରସ ଖରାଦିନେ ଲୁ’ ଆଶଙ୍କାକୁ ଦୂରେଇଥାଏ । ତେଣୁ କଇଁଆ ଜୁସ ପିଅନ୍ତୁ ଆରାମ ମିଳିବ । ଏଥିପାଇଁ କିଛି କଇଁଆ ମଞ୍ଜି ନେଇ 2 ରୁ 3 ଗ୍ଲାସ ପାଣିରେ ଗରମ କରନ୍ତୁ । ଏଥିରେ କିଛି ପରିମାଣର ଚିନି, ମହୁ ଓ ଲେମ୍ବୁ ମିଶାନ୍ତୁ । ଏହାପରେ ଆପଣଙ୍କ
ଜୁସ ପ୍ରସ୍ତୁତ । ତେବେ ଡିହାଇଡ୍ରେସନ ଫଳରେ ଶରୀରରେ ଅଭାବ ଥିବା ବିଭିନ୍ନ ନ୍ୟୁଟ୍ରିଏଣ୍ଟର ଅଭାବ କଇଁଆ ପୂରଣ କରିଥାଏ ।

ଆପଣମାନେ ଲସି ପିଇବାର ଉପକାରିତା ବିଷୟରେ ଜାଣିଥିବେ । ଖରାଦିନେ ପ୍ରତ୍ୟେକ ଦିନ ଲସି ପିଇବା ଫଳରେ ଆପଣମାନେ ଷ୍ଟ୍ରୋକ୍ ରୁ ରକ୍ଷା ପାଇବେ ।

For All Latest Updates

ABOUT THE AUTHOR

...view details