ଓଡିଶା

odisha

ETV Bharat / bharat

ଭୂକମ୍ପରେ ଥରିଲା ଟୋଙ୍ଗା

ଭୂକମ୍ପରେ ଥରିଲା ଟୋଙ୍ଗା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ଥିବା ଜଣାପଡିଛି। ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

By

Published : Apr 8, 2019, 11:11 AM IST

ଫାଇଲ ଫଟୋ

ଟୋଙ୍ଗା: ଭୂକମ୍ପରେ ଥରିଲା ଟୋଙ୍ଗା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ଥିବା କହିଛି ଆମେରିକାର ଭୂବିଜ୍ଞାନ ଗବେଷଣା ସଂସ୍ଥା। ତେବେ ପ୍ରଶାନ୍ତ ମହାସାଗର ନିକଟରେ ଥିବା ଟୋଙ୍ଗା ଦ୍ବୀପରେ ଆଜି ଭୋର ସମୟରେ ଅନୁଭୂତ ହୋଇଛି।

ତେବେ ଭୂକମ୍ପ ସ୍ଥଳଭାଗରୁ 20 କିମି ଦୂରରେ ସୃଷ୍ଟି ହୋଇଥିଲା। ଏହାସହ କେନ୍ଦ୍ରସ୍ଥଳ ପରିଧିଠାରୁ 59 କି.ମି ଦୂରରେ ପଶ୍ଚିମ ନିଆଫୁରରେ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭୂକମ୍ପଜନିତ କ୍ଷୟକ୍ଷତିର କିଛି ସୂଚନା ମିଳିନି। ଗଭୀର ଜଳ ଭିତରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ସୁନାମିର କୌଣସି ଭୟ ନାହିଁ।

ସୂଚନା ଅନୁସାରେ, ଟୋଙ୍ଗା ହେଉଛି ଏକ ଛୋଟ ପୋଲିନେସିଆନ ଦେଶ। ଏହି ଦେଶ ପ୍ରଶାନ୍ତ ମହାସାଗର ନିକଟରେ ଅବସ୍ଥିତ ହୋଇଥିବାରୁ ଅନେକ ସମୟରେ ଛୋଟ ବଡ ଭୂକମ୍ପ ଓ ଆଗ୍ନେୟ ଉଦଗିରଣର ସାମ୍ନା କରିଥାଏ।

For All Latest Updates

ABOUT THE AUTHOR

...view details