ଓଡିଶା

odisha

ETV Bharat / bharat

ବିହାରରେ 5 ମିଲିଟାରୀ ପୋଲିସ କୋରୋନା ଆକ୍ରାନ୍ତ

ଶୁକ୍ରବାର ବିହାରର 5 ବିହାର ମିଲିଟାରୀ ପୋଲିସ(ବିଏମପି) କୋରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି।

By

Published : May 9, 2020, 4:36 PM IST

corona
5 ବିହାର ମିଲିଟାରୀ ପୋଲିସ କୋରୋନା ଆକ୍ରାନ୍ତ

ପାଟନା: ପୁଣି କୋରୋନା କବଳରେ କୋରୋନା ଯୋଦ୍ଧା । ଗତ ଶୁକ୍ରବାର ବିହାରର 5 ବିହାର ମିଲିଟାରୀ ପୋଲିସ(ବିଏମପି) କୋରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି।

ଏଥିସହ ସେ କହିଛନ୍ତି, ସମସ୍ତ ଯବାନ ପାଟନାରେ ରିପୋର୍ଟ ଦେଇଥିଲେ। ଏଥିସହ ସେମାନଙ୍କର ଯୋଗାଯୋଗ ଅନୁସନ୍ଧାନ ଚାଲିଛି ।ଏଥିସହ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 579ରେ ପହଞ୍ଚିଛି।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 59,662ରେ ପହଞ୍ଚିଛି । ଏଥିସହ ମୋଟ ଆକ୍ରାନ୍ତ ମଧ୍ୟରୁ 1981 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details