ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକ: 47 ନିଷ୍ପତ୍ତି ଉପରେ ଲାଗିଲା ମୋହର ​​​​​​​

ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକରେ 47 ନିଷ୍ପତ୍ତି ଉପରେ ଲାଗିଲା ମୋହର ​​​​​​​। ବୈଠକରେ ଲକ୍ଷ୍ନୌର ବନ୍ଧରା ସମେତ 17 ନୂଆ ନଗର ପଞ୍ଚାୟତ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।

By

Published : Dec 31, 2019, 2:31 PM IST

lucknow
ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକ: 47 ନିଷ୍ପତ୍ତି ଉପରେ ଲାଗିଲା ମୋହର ​​​​​​​

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଯୋଗୀ ସରକାରଙ୍କ କ୍ୟାବିନେଟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ 47ଟି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଲକ୍ଷ୍ନୌର ବନ୍ଧରା ସମେତ 17 ନୂଆ ନଗର ପଞ୍ଚାୟତ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।

କ୍ୟାବିନେଟ ବୈଠକରେ ରାଜ୍ୟପାଳଙ୍କ ସୁରକ୍ଷାରେ ଅତିରିକ୍ତ 4ଟି ଗାଡି ପାଇଁ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି

  • ଶିଖ ଦଙ୍ଗାରେ ଯାଞ୍ଚ କରୁଥିବା ଏସଆଇଟିକୁ ଥାନା ନିର୍ମାଣ ପ୍ରସ୍ତାବ ଉପରେ ମୋହର
  • ଏଶବାଗ ରାମଲୀଳା ମୈଦାନର ରକ୍ଷଣାବେକ୍ଷଣ ପ୍ରସ୍ତାବ ଉପରେ ମୋହର
  • ଲକ୍ଷ୍ନୌର ବନ୍ଧରା ସମେତ 17 ନୂଆ ନଗରପାଳିକା ଗଠନ ନିଷ୍ପତ୍ତି
  • ସ୍ବାଧିନତା ସଂଗ୍ରାମୀଙ୍କ ଦେହାନ୍ତରେ ଦିଆଯିବାକୁ ଥିବା ଅନୁଦାନ ରାଶି ବୃଦ୍ଧି ପ୍ରସ୍ତାବ ଉପରେ ମୋହର
  • ଗୋରଖପୁରର ମହାରାଜଗଞ୍ଜ ମାର୍ଗରେ ଚିନନୌଲ ଆଡକୁ ଚାରି ଲେନ ସିସି ରୋଡ ପ୍ରସ୍ତାବ ଉପରେ ସହମତି

ABOUT THE AUTHOR

...view details