ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତରେ କମିଛି କୋରୋନା ସଂକ୍ରମଣ ସଂଖ୍ୟା । ଏହା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି । ଯାହା ଏବେ 75 ଲକ୍ଷରୁ ଉର୍ଦ୍ଧ୍ବ ରହିଛି ସଂକ୍ରମଣ ସଂଖ୍ୟା ।
ଦେଶରେ କମୁଛି ସଂକ୍ରମଣ ସଂଖ୍ୟା, ଗୋଟିଏ ଦିନରେ 46791 ଆକ୍ରାନ୍ତ - ଭାରତ କୋରୋନା ରିପୋର୍ଟ
ଭାରତରେ ଧିରେ ଧିରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୂର୍ବ ଦିନ ମାନଙ୍କ ଅପେକ୍ଷା ସୁଧୁରୁଛି ସ୍ଥିତି । ଅଧିକ ପଢନ୍ତୁ...
ଦେଶରେ କମୁଛି ସଂକ୍ରମଣ ସଂଖ୍ୟା, ଗୋଟିଏ ଦିନରେ 46,791 ଆକ୍ରାନ୍ତ
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 46 ହଜାର 791 ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 587 ଜଣଙ୍କର ମୃତ୍ୟୁ ଘଟିଛି। ଯାହା ବର୍ତ୍ତମାନ 75 ଲକ୍ଷ 97 ହଜାର 064ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ତେବେ କୋରୋନାରେ ମୋଟ 1 ଲକ୍ଷ 15 ହଜାର 197 ଜଣଙ୍କର ମୃତ୍ୟୁ ଘଟିଛି।
ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 67 ଲକ୍ଷ 33 ହଜାର 329 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ମୋଟ 7 ଲକ୍ଷ 48 ହଜାର 538ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।