ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକ ଘରିକିଆ କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି। କୁଟନୈତିକ କ୍ଷେତ୍ରରେ ପାକର ସାଥ ଛାଡିବାକୁ ବିଭିନ୍ନ ରାଷ୍ଟ୍ର ବି ଆଗକୁ ଆସିଲେଣି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକ ଏବେ ଚିନ୍ତାରେ। ଲଗାତାର ଭାବେ ଆନ୍ତର୍ଜାତୀୟ ସ୍ତରର ଚାପ ପାକ୍ ପ୍ରତି ଦେଖିବାକୁ ମିଳୁଛି। ତେବେ ତାଜା ସୂଚନା ଅନୁସାରେ, ପାକର ଗୃହ ମନ୍ତ୍ରଣାଳୟ 44 ସଦସ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି।
ତେବେ ସବୁଠାରୁ ବଡ କଥା ହେଲା ଗିରଫ ହୋଇଥିବା 44 ଜଣଙ୍କ ମଧ୍ୟରେ ରହିଛି ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାରର ଭାଇ। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସୂତ୍ରରୁ ଜଣାପଡିଛି। ତେବେ ପୁଲୱାମା ଆକ୍ରମଣ ପରେ ଆତଙ୍କୀ ଗୁପଥି ଅବଦୁର ରଉଫ ଓ ହମ୍ମାଦ ଅଜହର ନାଁ ସାମ୍ନାକୁ ଆସିଥିଲା। ଏହି 2 ଜଣଙ୍କୁ ଗିରଫ କରାଯାଇଥିବା ସୂତ୍ରରୁ ଜଣାପଡିଛି।