ଓଡିଶା

odisha

ETV Bharat / bharat

3274 ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 44 ଲକ୍ଷ ଯାତ୍ରୀ - ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 44 ଲକ୍ଷ ଯାତ୍ରୀ

ବର୍ତ୍ତମାନ ଆରମ୍ଭ ହୋଇଥିବା ରେଲୱେ ସେବାରେ ଯେପରି ସମସ୍ତ ଯାତ୍ରୀ ସୁରକ୍ଷିତ ଯାତ୍ରା କରିବେ ସେଥିପ୍ରତି ଧ୍ୟାନ ରଖାଯାଉଛି । ସ୍କ୍ରିନିଂ, ସାନିଟାଇଜିଙ୍ଗ, ସାମାଜିକ ଦୂରତ୍ବ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଅଧିକ ପଢନ୍ତୁ...

3274 ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 44 ଲକ୍ଷ ଯାତ୍ରୀ
3274 ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି 44 ଲକ୍ଷ ଯାତ୍ରୀ

By

Published : May 26, 2020, 9:29 PM IST

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ ସେବା । ଏଥିରେ ଦେଶବ୍ୟାପୀ ଫସିଥିବା ଶ୍ରମିକ ଘରକୁ ଫେରିଥିଲେ । ଭାରତୀୟ ରେଳବାଇ ସୂଚନାନୁସାରେ ମେ 25 ଯାଏଁ ମୋଟ 44 ଲକ୍ଷ ଯାତ୍ରୀ 3274ଟି ସ୍ପେଶାଲ ଟ୍ରେନରେ ଘରକୁ ଫେରିଛନ୍ତି ।

ମେ 25 ସୋମବାରରେ 223 ଶ୍ରମିକ ସ୍ପେଶାଲ ଟ୍ରେନରେ 2.8 ଲକ୍ଷ ପାସେଞ୍ଜର ଫେରିଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ମେ 1ରେ ଆରମ୍ଭ ହୋଇଥିବା ଏହି ସେବାରେ 44 ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏବେ ଯାଏଁ ମୋଟ 3274ଟି ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି । ସେହିପରି ମେ 12ରୁ ସାଧାରଣ ଲୋକଙ୍କ ପାଇଁ 15 ଯୋଡା ସ୍ପେଶାଲ ଟ୍ରେନ ଚାଲିଥିଲା । ଏଥିରେ ପ୍ରବାସୀ ଶ୍ରମିକଙ୍କ ସହ ଛାତ୍ର, ସାଧାରଣ ନାଗରିକ ମଧ୍ୟ ଫେରିଛନ୍ତି ବୋଲି ରେଳବାଇ କହିଛି ।

ସେହିପରି କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ସମସ୍ତ ରେଲୱ ଷ୍ଟେସନରେ ଉପଯୁକ୍ତ ଗାଇଡଲାଇନ ପାଳନ କରାଯାଉଥିବା ଉତ୍ତର ରେଲୱେର ପିଆରଓ ଆରକେ ରାଣା କହିଛନ୍ତି । ବର୍ତ୍ତମାନ ଆରମ୍ଭ ହୋଇଥିବା ରେଲୱେ ସେବାରେ ଯେପରି ସମସ୍ତ ଯାତ୍ରୀ ସୁରକ୍ଷିତ ଯାତ୍ରା କରିବେ ସେଥିପ୍ରତି ଧ୍ୟାନ ରଖାଯାଉଥିବା ସେ କହିଛନ୍ତି । ସ୍କ୍ରିନିଂ, ସାନିଟାଇଜିଙ୍ଗ, ସାମାଜିକ ଦୂରତ୍ବ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । କୌଣସି ଯାତ୍ରୀ ଏହି ନିୟମ ନ ମାନିଲେ ସେମାନଙ୍କର ଯାତ୍ରା ଟିକେଟ୍ ବାତିଲ କରାଯାଉଛି ବୋଲି ରାଣା କହିଛନ୍ତି । ରେଳବାଇର ସେବାରେ ଯାତ୍ରୀ ଖୁସ ଅଛନ୍ତି ବୋଲି ସେ କହିଛନ୍ତି । ଜୁନ 1ରୁ 100 ଯୋଡା ସ୍ବତନ୍ତ୍ର ଟ୍ରେନ ଚଲାଇବାକୁ ରେଳବାଇ ସ୍ଥିର କରିଛି ।

ABOUT THE AUTHOR

...view details