ମୁମ୍ବାଇ: ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ଦେଶର ସବୁଠୁ ବଡ ଅଯୋଧ୍ଯା ମାମଲାର ରାୟ । ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏନେଇ ଆଜି ମୁମ୍ବାଇର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଅଯୋଧ୍ଯା ରାୟ ପରେ ମୁମ୍ବାଇରେ ପୋଲିସ ଛାଉଣୀ - mumbai lattest news
ଅଯୋଧ୍ୟା ରାୟ ପ୍ରକାଶ ପରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ..
ମୁମ୍ବାଇରେ 40 ହଜାର ପୋଲିସ କର୍ମୀ ନିୟୋଜିତ
ପ୍ରାୟ 40 ହଜାର ପୋଲିସ କର୍ମୀଙ୍କୁ ମୁମ୍ବାଇରେ ମୁତୟନ କରାଯାଇଛି । ଡ୍ରୋନ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖିଛି ମୁମ୍ବାଇ ପୋଲିସ । ଏହାସହ ଏସଆରପିଏଫ, କଣ୍ଟ୍ରୋଲ ପୋଲିସ ଏବଂ ରାପିଡ ଆକ୍ସନ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ମୁତୟନ କରାଯାଇଛି ।
ମୁମ୍ବାଇ ଡିଏସପିଙ୍କ କହିବା ଅନୁସାରେ, କୌଣସି ଆପତ୍ତିଜନକ ପୋଷ୍ଟ ନେଇ ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖୁଛି ପୋଲିସ ।