ଓଡିଶା

odisha

By

Published : Apr 26, 2020, 11:15 PM IST

ETV Bharat / bharat

କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ 4 ଆତଙ୍କୀ

ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ରବିବାର ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

killed in gunfight with security forces
କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ 4 ଆତଙ୍କୀ

ଶ୍ରୀନଗର: ସେନାକୁ ମିଳିଛି ବଡ ସଫଳତା । ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ରବିବାର ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି ।

କୁଲଗାମ ଜିଲ୍ଲାର ଗୁଦ୍ଦାର ଗ୍ରାମରେ ଲୁଚି ରହିଥିବା ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି।

ଏହି ଅପରେସନରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ କହିଛି, ନିହତ ଆତଙ୍କବାଦୀଙ୍କ ପ୍ରକୃତ ପରିଚୟ ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଲୋକ ବୋଲି ଏପର୍ଯ୍ୟନ୍ତ ଜଣାପଡିଛି ।

ଗୁଦ୍ଦାର ଗ୍ରାମରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ପରେ ରାଷ୍ଟ୍ରିୟ ରାଇଫଲ୍ସ (ଆରଆର), ସ୍ଥାନୀୟ ପୋଲିସର ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ସମେତ ସୁରକ୍ଷା ବାହିନୀର ଏକ କର୍ଡନ ଏହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ କୁଲଗାମ ଜିଲ୍ଲାର ଏହି ଗୁଦ୍ଦାର ଗାଁରେ ।

ଲୁଚି ରହିଥିବା ଆତଙ୍କବାଦୀଙ୍କ ସମସ୍ତ ରାସ୍ତାକୁ ସିଲ କରି ଦେଇଥିଲା ସେନା । ପରେ ସୁରକ୍ଷା ବାହିନୀଙ୍କୁ ଲକ୍ଷ୍ୟ କରି ଆତଙ୍କୀ ପ୍ରବଳ ଗୁଳି ମାଡ କରିଥିଲେ । କିଛି ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ 4 ଆତଙ୍କୀଙ୍କୁ ନିହତ କରିଥିଲା ସେନା । ବର୍ତ୍ତମାନ ଏହି ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି ବୋଲି ପୋଲିସ କହିଛି ।

ABOUT THE AUTHOR

...view details