ଓଡିଶା

odisha

ETV Bharat / bharat

ଟ୍ରଲର ଉପରେ ମାଡିଗଲା କ୍ରୁଜର; 4 ମୃତ, 9 ଗୁରୁତର

ଟ୍ରଲର ଉପରେ ମାଡିଗଲା କ୍ରୁଜର । ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Jan 31, 2020, 12:08 PM IST

accident in mumbai
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଔରଙ୍ଗାବାଦ-ଜୈନା ରୋଡରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଗୁରୁତର ହୋଇଛନ୍ତି। ଏକ ଟ୍ରଲର ଉପରେ ଗୋଟିଏ କ୍ରୁଜର ମାଡି ଯିବାରୁ ଏହି ଦୁର୍ଘଟଣା ଘଟିଛି । ଭୋର 3ଟା ସମୟରେ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

ଟ୍ରେଲର ଉପରେ ମାଡିଗଲା କ୍ରୁଜର

କ୍ରୁଜରଟି ସିନ୍ଦାଖେଡରାଜା ଯାତ୍ରା କରୁଥିବା ବେଳେ ହଠାତ ରାସ୍ତାରେ ଠିଆ ହୋଇଥିବା ଟ୍ରେଲର ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କାଶୀନାଥ, ରବି ଯାଦବ, ସଙ୍ଗୀତା ବୁନ୍ଦେ ଏବଂ ହୃଷିଧର । ଗୁରୁତରଙ୍କୁ ସ୍ଥାନୀୟ ଔରଙ୍ଗାବାଦ ଘାଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details