ଓଡିଶା

odisha

ETV Bharat / bharat

ଭୋପାଳରେ 24 ଘଣ୍ଟାରେ 4 ନବଜାତକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଶାହଡୋଲ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଗତ 24 ଘଣ୍ଟା ମଧ୍ୟରେ 4 ନବଜାତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ 4 ନବଜାତକଙ୍କ ମୃତ୍ୟୁ,
24 ଘଣ୍ଟାରେ 4 ନବଜାତକଙ୍କ ମୃତ୍ୟୁ,

By

Published : Nov 29, 2020, 6:49 PM IST

ଭୋପାଳ: ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରିଚାଳନା ନେଇ ପୁଣି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କାରଣ ଗତ 24 ଘଣ୍ଟା ମଧ୍ୟରେ 4 ନବଜାତଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ତିନି ଦିନରୁ ନେଇ 4 ମାସର ନବଜାତ ଶିଶୁ ରହିଥିଲେ ।

କୁହାଯାଉଛି ଯେ, ପିଆଇସିୟୁରେ 3 ​​ଜଣ ଏବଂ ଏସଏନସିୟୁରେ ଥିବା ଗୋଟିଏ ଶିଶୁଙ୍କର ମୃତ୍ୟୁ ହୋଇଛି । ନବଜାତ ଶିଶୁଙ୍କ ମୃତ୍ୟୁ ପରେ ହସ୍ପିଟାଲ ଆଗରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ମୃତ୍ୟୁବରଣ କରିଥିବା ଅର୍ଜୁଲି ଗାଁର 4 ମାସର ଶିଶୁ, ସିଂହପୁର ବୋଡ୍ରି ଗାଁର 3 ମାସର ଶିଶୁ , 2 ମାସର ଶିଶୁକନ୍ୟା ଏସମସ୍ତେ ପିସିଆଇରେ ଭର୍ତ୍ତି ହୋଇଥିଲେ । ଉମରିଆ ଜିଲ୍ଲାର 3 ଦିନର ନବଜାତକ SNCU ରେ ଭର୍ତ୍ତି ଥିବାବେଳେ ମୃତ୍ୟୁ ଘଟିଛି । ଯାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଗତବର୍ଷ ମଧ୍ୟ 24 ଘଣ୍ଟା ମଧ୍ୟରେ 6 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଏହି ଏସଏନସିୟୁ ୱାର୍ଡରେ ହୋଇଥିଲା । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ତୁଲସିରାମ ସିଲାଭାଟ ଶାହଡୋଲ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ । ଆଉ ସିଭିଲ ସର୍ଜନ ଏବଂ ସିଏମଏଚଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details