ଓଡିଶା

odisha

ETV Bharat / bharat

ଆମେରିକାରେ 4ଭାରତୀୟଙ୍କୁ ଗୁଳି କରି ହତ୍ୟା

ଗତ ଶନିବାର ସକାଳେ ଆମେରିକାର ୱେଷ୍ଟ ଡେସ୍ ମୋଇନେସ ସ୍ଥିତ ରହୁଥିବା  ଏକ ଭାରତୀୟ ପରିବାରର ଦୁଇ ନାବାଳକ ଏବଂ  ଉକ୍ତ ପରିବାର ଦୁଇ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ମୃତକ ଭାରତୀୟମାନେ ହେଲେ  ଚନ୍ଦ୍ରଶେଖର ସୁନକରା(44), ଲାବଣ୍ୟା ସୁନକରା(42) ଦୁଇ ନାବାଳକ ।

By

Published : Jun 17, 2019, 6:41 AM IST

ଫାଇଲ ଫଟୋ

ୱାସିଂଟନ: ଆମେରିକାରେ ଗୋଟିଏ ପରିବାରର 4 ଭାରତୀୟଙ୍କୁ ଗୁଳି କରି ହତ୍ୟା । ଗତ ଶନିବାର ସକାଳେ ଆମେରିକାର ୱେଷ୍ଟ ଡେସ୍ ମୋଇନେସ ସ୍ଥିତ ରହୁଥିବା ଏକଭାରତୀୟ ପରିବାରର ଦୁଇ ନାବାଳକ ଏବଂ ଉକ୍ତ ପରିବାର ଦୁଇ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ମୃତକ ଭାରତୀୟମାନେ ହେଲେ ଚନ୍ଦ୍ରଶେଖର ସୁନକରା(44), ଲାବଣ୍ୟା ସୁନକରା(42) ।

ସୂଚନା ଅନୁଯାୟୀ, ଗତ ଶନିବାର ସକାଳେ ଆମେରିକାର ୱେଷ୍ଟ ଡେସ୍ ମୋଇନେସରେ ରହୁଥିବା ଏକ ଭାରତୀୟ ପରିବାରର 4 ଜଣ ସଦସ୍ୟଙ୍କୁ କିଛି ର୍ଦୁବୁତ୍ତ ଗୁଳି କରି ହତ୍ୟା କରିଛନ୍ତି । ତେବେ ଉକ୍ତ ସ୍ଥାନରେ ରହୁଥିବା ମୃତକଙ୍କ କିଛି ସମ୍ପର୍କୀୟ ଶବ ଗୁଡିକ ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଘଟଣା ସାମ୍ନାକୁ ଆସିଥିଲା ।

ତେବେ ସର୍ଜେଣ୍ଟ ଡାନ୍ ୱାର୍ଡ ସହ ୱେଷ୍ଟ ଡେସ୍ ମୋଇନେସ ପୋଲିସ ବିଭାଗ ଏହି ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ABOUT THE AUTHOR

...view details