ଓଡିଶା

odisha

ETV Bharat / bharat

ନକ୍ସଲ-ପୋଲିସ ମୁହାଁମୁହିଁ: 4 ମହିଳା ନକ୍ସଲ ନିପାତ

ଛତିଶଗଡର ଧମତାରୀ ଅଧିନସ୍ଥ ଗମେଚକା ଅଞ୍ଚଳରେ ଆରମ୍ଭ ହୋଇଛି ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ଚାଳନା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ ଓ ଡିଏଫ୍‌ ଦ୍ବାରା ମିଳିତ ଭାବେ ଜାରି ରହିଥିବା ଏହି ଏନକାଉଣ୍ଟରରେ 4 ଜଣ ମହିଳା ନକ୍ସଲ ନିପାତ ହୋଇଥିବା ସୂଚନା ।

By

Published : Jul 6, 2019, 5:50 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ରାୟପୁର: ଛତିଶଗଡର ଧମତାରୀ ଅଧିନସ୍ଥ ଗମେଚକା ଅଞ୍ଚଳରେ ଆରମ୍ଭ ହୋଇଛି ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ଚାଳନା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ ଓ ଡିଏଫ୍‌ ଦ୍ବାରା ମିଳିତ ଭାବେ ଜାରି ରହିଥିବା ଏହି ଏନକାଉଣ୍ଟରରେ 4 ଜଣ ମହିଳା ନକ୍ସଲ ନିପାତ ହୋଇଥିବା ସୂଚନା । ଏଥିସହ ସମ୍ପୃକ୍ତ ଅଞ୍ଚଳରୁ ମୃତ ନକ୍ସଲଙ୍କ ମର ଶରୀର ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ମୁତାବକ ମୌସୁମୀ ସମୟରେ ଘଞ୍ଚ ଜଙ୍ଗଲମାନଙ୍କରେ ନକ୍ସଲଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ କରାଯାଇଥାଏ । ଯାହାର ଏକ ଅଂଶ ଭାବେ ଶନିବାର ମଧ୍ୟ ଅପରେସନ ଜାରି ରହିଥିଲା । ହେଲେ ଅପରେସନ ମଝିରେ ଅତର୍କିତ ଭାବେ ନକ୍ସଲଙ୍କ ଦ୍ବାରା ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଯାହାର ଜବାବ ସ୍ବରୂପ ପୋଲିସର ଗୁଳି ଚାଳନାରେ 4 ନକ୍ସଲ ନିପାତ ହୋଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଖବର ପାଇ ଅତିରିକ୍ତ ଏସ୍‌ପି ଘଟଣାର ସମୀକ୍ଷା କରିବା ସହ ଆଖପାଖ ଜଙ୍ଗଲରେ ସର୍ଚ୍ଚ ଅପରେସନ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ABOUT THE AUTHOR

...view details