ଓଡିଶା

odisha

ETV Bharat / bharat

ମାଲିକକୁ ବଞ୍ଚାଇଲା ବିଶ୍ବସ୍ତ କୁକୁର

କୋବ୍ରା ସାପ ମୁହଁରୁ ମାଲିକଙ୍କ ପୂରା ପରିବାରକୁ ରକ୍ଷା କରିଛନ୍ତି 4 ପୋଷା କୁକୁର। ରାତି ଅଧରେ ଘରେ ପଶିବାକୁ ଚେଷ୍ଟା କରୁଥିବା କୋବ୍ରା ସାପକୁ ମାରି ନିଜେ ପ୍ରାଣ ହରାଇଛନ୍ତି ଏମାନେ। ମାଲିକଙ୍କ ପରିବାର ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ।

By

Published : Apr 20, 2019, 11:38 AM IST

ପ୍ରତିକାତ୍ମକ ଫଟୋ

ପାଟନା : ଦୁନିଆର କୁକୁରକୁ ସବୁଠୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ। ଆଉ କିଛି ଲୋକ ପୋଷାକୁକୁରକୁ ନିଜଠାରୁ ବି ଅଧିକ ଭଲପାଆନ୍ତି ।ତେବେ ଏପରି କୁକୁର -ମାଲିକର ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଭାଗଲପୁରରେ । ମାଲିକ ଓ ତାଙ୍କ ପରିବାରକୁ ବଞ୍ଚାଇବା ପାଇଁ 4 ପୋଷା କୁକୁର ଜୀବନ ଦେଇଛନ୍ତି। ଆଉ ସବୁ ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

ସୂଚନା ଅନୁସାରେ, ଭାଗଲପୁରର ସାହେବଗଞ୍ଜ କଲୋନୀ ନିବାସୀ ଚିକିତ୍ସକ ଡ.ପୁନମ ତାଙ୍କ ଘରେ 4ଟି କୁକୁର ରଖିଥିଲେ। ହଠାତ ମଙ୍ଗଳବାର ରାତିରେ ପୁନମ ଓ ପରିବାର ଘର ଭିତରେ ଥିବା ବେଳେ 4ଟି କୁକୁର ଏକାସହ ଭୁକିବାକୁ ଲାଗିଥିଲେ ମଧ୍। ପୁନମ ଘର ଭିତରେ ଥାଇ କୁକୁରଙ୍କୁ ଚୁପ ହେବା ପାଇଁ କହିଥିଲେ। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଚୁପ ହୋଇ ନଥିଲେ। ତେବେ ପୁନମ ବାହାରକୁ ଆସି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। 3ଟି କୁକୁର ଅଚେକତ ହୋଇ ଚଟାଣରେ ପଡିଥିବା ବେଳେ ଅନ୍ୟ କୁକୁରଟି ଘର ଭିତରକୁ ପଶିଆସୁଥିବା ବିଶାକ୍ତ ସାପକୁ ମାରିବା ପାଇଁ ଚେଷ୍ଟା କରୁଥିଲା ।

ଶେଷରେ ସାପକୁ ମାରି ନିଜେ ମଧ୍ୟ ପ୍ରାଣ ହରାଇଲା ପୋଷା କୁକୁର। ତେବେ ସିସିଟିଭିରେ କଏଦ ଫଟୋ ଆଧାରରେ ଘର ଭିତରକୁ ପଶି ଆସୁଥିଲା ଏକ କୋବ୍ରା । ହେଲେ କୁକୁରଙ୍କ ହାବୁଡରେ ପଡିଯାଇଥିଲା କୋବ୍ରା। କୋବ୍ରାର ଜୀବନ ନେବା ପରେ ପୋଷା କୁକୁର ବି ପ୍ରାଣ ହରାଇଥିଲେ । ଆଉ ସେମାନଙ୍କ ମୃତ୍ୟୁ ପୂରା ପରିବାରରେ ଶୋକରଛାୟା ଖେଳାଇ ଦେଇଥିବା ପୁନମଙ୍କ ଭାଇ କହିଛନ୍ତି । ପିଲା ଦିନରୁ ଏହି 4 କୁକୁର ଆମ ଘରେ ବଡ ହୋଇଥିଲେ। ଏମାନଙ୍କ ମୃତ୍ୟୁ ଘର ଖାଲି କରିଦେଇଛି। ତେବେ ପରିବାରକୁ ବଞ୍ଚାଇଥିବା ଏହି କୁକୁରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଲୋକେ । ପଡୋଶୀ ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏମାନେ ।

For All Latest Updates

ABOUT THE AUTHOR

...view details